ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଡ଼େଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼େଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସୂଚନା ମିଳିଛି ।
ଜିଲ୍ଲାର ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକରେ ଅଧିକମାତ୍ରାରେ ଡ଼େଙ୍ଗୁ ସଂକ୍ରମିତ ହେବାରେ ଲାଗିଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।
ସବୁଠାରୁ ଚିନ୍ତାର ବିଷୟ ହେଲା ଯେ, କେବଳ ଜଳେଶ୍ୱର ବ୍ଲକର ମହମ୍ମଦ ନଗରଠାରେ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୨୦ରୁ ଅଧିକ ରୋଗୀଙ୍କୁ ଡ଼େଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନାନୁଯାୟୀ, ଡ଼େଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଚିକିତ୍ସିତ ହେଉଛନ୍ତି ।
Comments are closed.