Latest Odisha News

BREAKING NEWS

ସରଗରମ ହେଲା ବିଜେପୁର ରାଜନୀତି: ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର

ବିଜେପୁର: ବିଜେପୁର ନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହୋଇଥିବା ବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ଦାଖଲ କରିସାରିଥିବା ସୂଚନା ମିଳିଛି । ପ୍ରଥମେ ବିଜେଡି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଏହାପରେ ପ୍ରାର୍ଥୀନୀ ରୀତା ସାହୁ ଓ ସର୍ବଶେଷରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ଆସନ୍ତା ଅକ୍ଟୋବର ୨୧ରେ ବିଜେପୁରରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତ ରଣକ୍ଷେତ୍ର । ଆଜି ତିନି ଦଳର ନେତାମାନେ ପଟୁଆର ଧରି ନାମାଙ୍କନ ଦାଖଲ ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ ।

ସୂଚନାଯୋଗ୍ୟ, ଗତ ସଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ନିର୍ବାଚନ ଲଢି ଜିତିଥିଲେ । ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ବିଜୟୀ ଲାଭ କରିଥିବା ବେଳେ ପରମୁହୂର୍ତ୍ତରେ ହିଞ୍ଜିଳି ଆସନକୁ ନିଜ ପାଖରେ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଆସନ୍ତା ୨୧ ତାରିଖରେ ଏହି ଆସନରେ ମତଦାନ ହେବା ସହ ୨୪ରେ ଭୋଟ ଗଣତି ହେବ ।

Leave A Reply

Your email address will not be published.