Latest Odisha News

BREAKING NEWS

ସାମ୍ବାଦିକଙ୍କ ପାଇଁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି ହମାସ-ଇସ୍ରାଏଲ ଯୁଦ୍ଧ, ପ୍ରାଣ ହରାଇଲେଣି ୬୧ ଜଣ

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଇତି ମଧ୍ୟରେ ଇସ୍ରାଏଲ ସେନା ଅ୍ରାମଣରେ ଆକ୍ରମଣରେ ୬୩ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲାଣି  । ସାମ୍ବାଦିକ ସୁରକ୍ଷା କମିଟି ପକ୍ଷରୁ ସୋମବାର ଏହି ସଦ୍ୟତମ ମୃତ୍ୟୁ ସଂଖ୍ୟା ଅପଡେଟ କରାଯାଇଛି । ଏହି ସଂସ୍ଥା ୧୯୯୨ରୁ ସାମ୍ବାଦିକଙ୍କ ମୃତ୍ୟୁର ହିସାବ ରଖୁଛି ।

ସଂସ୍ଥା ପକ୍ଷରୁ କୁହାଯାଇଛି, ଇସ୍ରାଏଲ-ହମାସ ଯୁଦ୍ଧ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି ସାମ୍ବାଦିକଙ୍କ ପାଇଁ । ଡିସେମ୍ବର ୪ ତାରିଖ ସୁଦ୍ଧା ଏହି ଯୁଦ୍ଧରେ ଅତି କମରେ ୬୩ ଜଣ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଶତାଧିକ ସାମ୍ବାଦିକ ଆହତ ମଧ୍ୟ ହୋଇଛନ୍ତି । ସାମ୍ବାଦିକ ସୁରକ୍ଷା ସଂସ୍ଥା ରିପୋର୍ଟ ଅନୁଯାୟୀ ୫୬ ଜଣ ପାଲେଷ୍ଟାଇନ, ୪ ଜଣ ଇସ୍ରାଏଲି ଏବଂ ୩ ଜଣ ଲେବାନନ ସାମ୍ବାଦିକ ଆହତ ହୋଇଛନ୍ତି । ୩ ସାମ୍ବାଦିକ ନିଖୋଜ ଥିବାବେଳେ ୧୯ ଜଣଙ୍କୁ ଗିରଫ କରାଯାଇଛି ।

ଏତିକିରେ ଶେଷ ହୋଇନି ସାମ୍ବାଦିକଙ୍କ ଦୁଃଖ । ଏକାଧିକ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଧମକ, ସାଇବର ଆକ୍ରମଣ, ସେନ୍ସରସିପ  ଏବଂ ପରିବାର ସଦସ୍ୟଙ୍କୁ ହତ୍ୟା ମଧ୍ୟ କରାଯାଇଛି । ହମାସ-ଇସ୍ରାଏଲ ଯୁଦ୍ଧର ପ୍ରଥମ ଦିନ ଅର୍ଥାତ ଅକ୍ଟୋବର ୭ ତାରିଖ ସାମ୍ବାଦିକଙ୍କ ପାଇଁ ଏକ କାଳ ରାତ୍ରି ଥିଲା । ଏହି ଦିନ ୬ ଜଣ ସାମ୍ବାଦିକଙ୍କୁ  ହତ୍ୟା କରାଯାଇଥିଳା ।    ସେହିପରି ନଭେମ୍ବର ୧୮ ତାରିଖ ଦିନ ଆଉଏକ କାଳ ଦିନ ଥିଲା । ଏହି ଦିନ ୫ ଜଣ ସାମ୍ବାଦିକ ପ୍ରାଣ ହରାଇଥିଲେ ।

Comments are closed.