Latest Odisha News

BREAKING NEWS

ଫୋବର୍ସ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରୀ କରାଯାଇଛି । ଏହି ତାଲିକାରେ ୪ଜଣ ଭାରତୀୟ ସ୍ଥାନ ପାଇଛନ୍ତି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୩୨ତମ ସ୍ଥାନରେ ରହିଛନ୍ତି । ସେ ଗତବର୍ଷ ୩୬ତମ ସ୍ଥାନରେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଚସିଏଲ କର୍ପୋରେଶନର ସିଇଓ ରୋଶନୀ ନାଡର ମାଲହୋତ୍ରା(୬୦ତମ), ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ଚେୟାରପର୍ସନ ସୋମା ମଣ୍ଡଳ (୭୦ତମ) ଓ ଭାୟୋକନ ପାଉଣ୍ଡର କିରଣ ମଜମୁସାର ୭୬ତମ ସ୍ଥାନରେ ରହିଛନ୍ତି । ୟୁରୋପୀୟ ଆୟୋଗର ମୂଖ୍ୟ ଉର୍ସୁଲା ଭାନ ଡେର ଲେୟେନ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ।

ୟୁରୋପୀୟ ସେଂଟ୍ରାଲ ବ୍ୟାଙ୍କର ବସ କ୍ରିଷ୍ଟିନ ଲେଗାର୍ଡ ଦ୍ୱିତୀୟ ଓ ଆମେରିକା ଉପରାଷ୍ଟ୍ରପତି କମଳା ହ୍ୟାରିସ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଆମେରିକାର ଏହି ପ୍ରତିଷ୍ଠିତ ମ୍ୟାଗାଜିନ ପ୍ରତ୍ୟେକ ବର୍ଷ ଏହି ତାଲିକା ଜାରୀ କରିଥାଏ । ଅର୍ଥ, ମିଡିଆ ପ୍ରଭାବ ଅନ୍ୟ ରାଜନୈତିକ ସଫଳତାକୁ ଆଧାର କରିବା ସହ ଜିଡିପି ଓ ପପୁଲେଶନକୁ ମଧ୍ୟ ମାନକ ଭାବେ ନେଇ ଏହାକୁ ଚୟନ କରିଥାଏ ।

Comments are closed.