Latest Odisha News

BREAKING NEWS

ଚୀନକୁ ଶକ୍ତ ଧକ୍କା, ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭରୁ ଓହରିଲା ଇଟାଲୀ

ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭ ପ୍ରୋଜେକ୍ଟକୁ ଶକ୍ତ ଧକ୍କା ଲାଗିଛି । ଇଟାଲୀ ବିଧିବଦ୍ଧ ଭାବେ ଏଥିରୁ ଓହରି ଯାଇଛି । ୨୦୧୯ରେ ଇଟାଲୀ ଏହି ପ୍ରୋଜେକ୍ଟରେ ସାମିଲ ହୋଇଥିଲା । ମାର୍ଚ୍ଚ ୨୦୨୪ରେ ପ୍ରୋଜେକ୍ଟ ଏକ୍ସପାୟରୀ ହେବାକୁ ଥିଲା । ଏହା ଶେଷ ହେବା ପୂର୍ବରୁ ଚୀନକୁ ଇଟାଲୀ ନୋଟିସ ଦେଇ ଦେଇଛି । ଯଦି ନୋଟିସ ଜାରୀ କରାଯାଇ ନ ଥାନ୍ତା ତେବେ ଏହା କିଛି ଦିନ ପରେ ସ୍ୱତଃ ରିନ୍ୟୁ ହୋଇଯାଇଥାନ୍ତା । ଇଟାଲୀ ଏଥିରୁ ଓହରି ଯାଇଥିଲେ ମଧ୍ୟ ଏହା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ୨୦୧୩ରେ ଶି ଜିନପିଙ୍ଗ ବିଆରଆଇ ପ୍ରୋଜେକ୍ଟରେ ଘୋଷଣା କରିଥିଲେ ।

ଏହା ମାଧ୍ୟମରେ ଚୀନ ବିଶ୍ୱରେ ନିଜ ପ୍ରଭୂତ୍ୱ ଜାହୀର କରିବା ଉଦ୍ଦେଶ୍ୟ ରଖିଥିଲା । ଚୀନର ମାୟାଜାଲରେ ୧୪୦ ଦେଶ ଫସିଥିଲେ । ଏହା ମାଧ୍ୟମରେ ଚୀନ ବ୍ୟବସାୟ ଆଳରେ ରେଳ, ସଡକ, ସମୁଦ୍ରମାର୍ଗରେ ଏସିଆ ସହ ୟୁରୋପ ଓ ଆଫ୍ରିକା ରୁଟକୁ ଯୋଡିବାକୁ ଚାହିଁଥିଲା । ଏହି ପ୍ରକଳ୍ପ ଆଳରେ ଚୀନ ଛୋଟ ଛୋଟ ଦେଶଗୁଡିକୁ ଋଣଭାରତରେ ବୁଡାଇ ଆଧିପତ୍ୟ ବିସ୍ତାର କରି ଚାଲିଥିଲା । ଏବେ ଧିରେ ଧିରେ ଏହି ପ୍ରୋଜେକ୍ଟରୁ ଅନେକ ଦେଶ ଓହରିବା ଆରମ୍ଭ କରିଛନ୍ତି ।

Comments are closed.