Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ବିରୋଧରେ ପିଟିସନ୍: ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଏକାଧିକ ପିଟିସନର ଶୁଣାଣି ମଙ୍ଗଳବାର ଦିନଠୁ ଆରମ୍ଭ ହେବ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଜମ୍ମୁ-କାଶ୍ମୀରରେ ମାନବାଧିକାର ଉଲଂଘନ ସମ୍ପର୍କୀତ ମମାଲାକୁ ଜଷ୍ଟିସ୍ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଖଣ୍ଡପୀଠକୁ ପଠାଇଛନ୍ତି ।

ଆହୁରି ମଧ୍ୟ ଏଠାରେ ନାବାଳକଙ୍କୁ ବେଆଇନ ଭାବେ ଅଟକ ରଖାଯିବା ଓ ଖବରଦାତାମାନଙ୍କୁ ସେଠାକୁ ଛଡାଯାଉନଥିବା ଭଳି କଟକଣା ବିରୋଧରେ ଦାଏର ପିଟିସନଗୁଡିକ ଉପରେ ଶୁଣାଣି ଲାଗି ଉକ୍ତ ଖଣ୍ଡପୀଠକୁ ପଠାଇଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଜଷ୍ଟିସ୍ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ସଞ୍ଜୟ କିଶନ୍ କାଉଲ୍, ଜଷ୍ଟିସ୍ ଆର୍ ସୁବାସ ରେଡ୍ଡୀ, ଜଷ୍ଟିସ୍ ବିଆର ଗବଓ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପ୍ରମୁଖ ସାମିଲ ରହିଛନ୍ତି ।

Leave A Reply

Your email address will not be published.