Latest Odisha News

ଏଆଇକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରସ୍ତୁତ କରିବାକୁୂ ରାଜି ହେଲା ୟୁରୋପିଆନ ୟୁନିୟନ

ନୂଆଦିଲ୍ଲୀ: ଆର୍ଟିଫିଶିଆଲ ଇଂଟେଲିଜେନ୍ସି(ଏଆଇ) ଧିରେ ଧିରେ ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି । ଏହା ଉପରେ ନିୟନ୍ତ୍ରଣ ପାଇଁ ନିୟମ ପ୍ରଣୟନ କରିବାକୁ ଦାବୀ ହେଉଥିଲା । ଶେଷରେ ୟୁରୋପିଆନ ୟୁନିୟନ ଏଥିନେଇ ରାଜି ହୋଇଛି । ଏହାକୁ ଏଆଇ ଅକ୍ଟ କୁହାଯିବ । ଯେଉଁ ଦେଶରେ ଏଆଇ ବ୍ୟବହାର କରାଯାଉଥିବ ସେଠାରେ ଏହି ନିୟମ ମାନିବା ବାଧ୍ୟତାମୂଳକ ହେବ । ଏହା ଦ୍ୱାରା ଏଆଇକୁ ନିୟନ୍ତ୍ରଣ କରିହେବ । ବ୍ୟକ୍ତଙ୍କ ସୁରକ୍ଷା, ଗୋପନୀୟତା ଓ ଜୀବିକା ଯେପରି ଏହା ମାଧ୍ୟମରେ ପ୍ରଭାବିତ ନ ହେବ ସେଥିନେଇ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି । ଏଥିରେ ଚ୍ୟାଟଜିପିଟି ଓ ଚ୍ୟାଟବ୍ୟାଟ ମଧ୍ୟ ସାମିଲ ହେବ ।

୨୦୨୧ରୁ ନିୟମ ଲାଗୁ କରିବା ପାଇଁ ଦାବୀ କରାଯାଉଥିଲା । ୟୁରୋପିଆନ ୟୁନିୟନ ରାଜି ହେବା ପରେ ଏହାକୁ ବିଭିନ୍ନ ଦେଶ ସ୍ୱାଗତ କରୁଛନ୍ତି । ନିକଟରେ ଡିପଫେକ ଭିଡିଓ ନେଇ ଭାରତରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସରକାର ଏ ନେଇ ଖୁବ ଶୀଘ୍ର ନୂତନ ନିୟମ ଲାଗୁ କରିବାକୁ ଯାଉଛନ୍ତି ।

Comments are closed.