Latest Odisha News

BREAKING NEWS

ମଇଁଷି ଉପରେ ବସି ରାଜରାସ୍ତାରେ ଗଲେ ଯୁବକ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବାଇକ ଚଳାଉଥିବା ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧି ନୋଏଡା ରାସ୍ତାରେ ବୁଲୁଥିଲେ । ତେବେ ପୋଲିସ ଧରିଥିବା ବ୍ୟକ୍ତିଙ୍କ ହେଲମେଟକୁ ପସନ୍ଦ କରିଥିଲା । ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁ ସଂଖ୍ୟକ ଲୋକ ଲାଇକ କରିଥିଲେ । ବର୍ତ୍ତମାନ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପେଟ୍ରୋଲ ମହଙ୍ଗା ହେବାରୁ ବେଳେ ଜଣେ ଯୁବକ ଦିଲ୍ଲୀ ରାଜରାସ୍ତାରେ ମଇଁଷି ଉପରେ ବସି ଯାଊଥିବାର ନଜର ଆସିଛନ୍ତି । ସେ ଏକ ଠେକୁଆ ପରି ହେଲମେଟ ମଧ୍ୟ ପିନ୍ଧିଥିଲେ, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହି ଭିଡ଼ିଓର କ୍ୟାପଶନରେ ଲେଖାଯାଇଛି ପେଟ୍ରୋଲ ମହଙ୍ଗା ହେଲା, ମୁଁ ମଧ୍ୟ ଏହାର ମୂଲ୍ୟ ଦେଖାଇଲି ।ସୋସିଆଲ ମିଡିଆରେ ଉପଭୋକ୍ତାମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି । ୧.୮ ଲକ୍ଷ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି । ଭିଡିଓ ଦେଖିବା ପରେ ହଜାର ହଜାର ଲୋକ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ଏହି ମଇଁଷି କେତେ ଟପ ସ୍ପିଡ । ଅନ୍ୟ ଜଣେ ଲେଖିଛନ୍ତି, ତୁମେ କେମିତି ମଇଁଷି ଚଢ଼ିବା ଶିଖିଲ, ମୁଁ ମଧ୍ୟ ଶିଖିବାକୁ ଚାହେଁ । ଅପରପକ୍ଷରେ ତୃତୀୟ ବ୍ୟକ୍ତି ଏକ ମଜାଦାର ପ୍ରତିକ୍ରିୟା ଦେଇ ଲେଖିଥିଲେ ଚାରି ଚକିଆରେ କିଏ ହେଲମେଟ ପିନ୍ଧନ୍ତି କି?

Comments are closed.