Latest Odisha News

ସଂସଦରେ ସୁରକ୍ଷା ତୁଟିର ହେବ କଡା ଯାଞ୍ଚ, ଆଦେଶ ଦେଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତୃଟି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଉଲ୍ଲଙ୍ଘନ ର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମହାନିର୍ଦ୍ଦେଶକ ଅନିଶ ଦୟାଲ ସିଂଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ଅନ୍ୟ ସୁରକ୍ଷା ଏଜେନ୍ସିର ସଦସ୍ୟ ଏବଂ ବିଶେଷଜ୍ଞମାନେ ରହିଛନ୍ତି ।

ଗୃହ ମନ୍ତ୍ରଣାଳୟ କହିଛି ଯେ ଗଠିତ ସମିତି କିପରି ଏହି ସୁରକ୍ଷା ଉଲ୍ଲଂଘନ ହେଲା ତାର କାରଣ ଅନୁସନ୍ଧାନ କରିବ । ଅନୁସନ୍ଧାନ ପରେ ଏହା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବ । ଏହି ପ୍ରସଙ୍ଗରେ କମିଟି ଖୁବ ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ ବୋଲି ସେ କହିଛନ୍ତି ।

ସଂସଦରେ ସୁରକ୍ଷା ରେ ଉଲ୍ଲଙ୍ଘନ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଲୋକସଭା ସଚିବ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ । ଏହା ପରେ ଗୃହ ମନ୍ତ୍ରଣାଳୟ ଏହି ଘଟଣାର ତୁରନ୍ତ ଯାଞ୍ଚ ପାଇଁ କଡା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଗତକାଲି ୨୨ ବର୍ଷ ପୁରୁଥିବାବେଳେ, ପୁଣି ସେହି ଦିନ ପୁଣି ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି । ଗୃହରେ ଯେତବେଳେ ଶୂନ୍ୟ କାଳ ଚାଲୁଥିଲା ଉକ୍ତ ସମୟରେ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁପଡିଥିଲେ । ଏହାପରେ ସେମାନେ ଟିୟର ସ୍ପ୍ରେ କରିଥିଲେ । ଏତେ ବଡ ସୁରକ୍ଷା ବଳୟ ମଧ୍ୟରେ କିଭଳି ଏଭଳି ଅଜଣା ବ୍ୟକ୍ତି ଗ୍ୟାଲେରୀ ମଧ୍ୟକୁ ପ୍ରବେଶ କରିଲେ , ତାହା ସବୁଠାରୁ ବଡ ପ୍ରଶ୍ନ ସୃଷ୍ଟି କରିଛି ।

Comments are closed.