Latest Odisha News

BREAKING NEWS

ନୂଆପଡାରେ ବୁଲୁଛି ପୁଣି ଏକ କଲରାପତରିଆ ବାଘ, ଆତଙ୍କିତ ଲୋକେ

ନୂଆପଡା: କିଛିଦିନର ବ୍ୟବଧାନ ପରେ ପୁଣି ଭୟ ଦେଖାଇଲାଣି ବାଘ । ବାଘ ଭୟରେ ଲୋକେ ଦିନ ଦ୍ଵିପହରରେ ଘରେ କବାତ ଦେଇ ପଶିରହୁଛନ୍ତି । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଗଡ଼ଗଡା ଘାଟିରେ ଏକ କଲରାପତରିଆ ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି  l ବାଘ ଦେଖିବା ପରେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି l

ଆଜି ଅପରାହ୍ନରେ କୋମନା ବ୍ଲକ ତରବୋଡ ଅଞ୍ଚଳର କିଛି ଯୁବକ ସୁନାବେଡାର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଈଙ୍କ ଦର୍ଶନ କରି ଏକ ଗାଡ଼ିରେ ଫେରୁଥିବା ବେଳେ ଗଡ଼ଗଡା ଘାଟି ନିକଟରେ ଏକ କଲରାପତରିଆ ବାଘ ଗାଡି ନିକଟକୁ ଚାଲିଆସିଥିଲା l ବାଘକୁ ଦେଖି ଭୟରେ ଡ୍ରାଇଭର ଗାଡିର ସମସ୍ତ କାଚକୁ ବନ୍ଦ କରିଦେଇଥିଲେ l ହେଲେ ଗାଡି ଭିତରେ ବସିଥିବା କିଛି ଯୁବକ ନିଜର ମୋବାଇଲରେ ବାଘର ଭିଡ଼ିଓ ଚିତ୍ର କଏଦ କରିଥିଲେ l ଏବେ ଏହି ଭିଡ଼ିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ଏହା ଏକ ଛୁଆ ବାଘ ହୋଇଥିବାରୁ ସେଠାରେ ବାଘୁଣୀ ମଧ୍ୟ ରହିଥିବାର ଅନୁମାନ କରାଯାଉଛି  l ଏବେ  ସୁନାବେଡାକୁ ଯାତାୟତ କରୁଥିବା ଲୋକେ ବାଘ ଭୟରେ ଆତଙ୍କିତ ହୋଇପଡିଛନ୍ତି l

ଗତ କିଛି ଦିନ ତଳେ ଏକ କଲରାପତରିଆ ବାଘ ନୂଆପଡାରେ ଆତଙ୍କ ଖେଳାଇଥିଲା । ଅନେକ ଗାଇ, ଛେଳି ସହ ମଣିଷକୁ ବ ମାରି ଖାଇଥିଲା ସେହି ବାଘ । ଅନେକ ପ୍ରଚେଷ୍ଟା ପରେ ଶେଷରେ ବନବିଭାଗ ବାଘଟିକୁ ଧରିବାରେ ସଫଳ ହୋଇଥିଲା । ବାଘଟିକୁ ଟ୍ରାଙ୍କୁଲାଇଜ୍ କରି ରାତାରାତି ସ୍ଥାନ ପରିବର୍ତ୍ତନ କରିଥିଲା ବନବିଭାଗ ।

Comments are closed.