Latest Odisha News

ୟୁରୋପରୁ ଲିବିୟା ଯିବାବେଳେ ମଝି ସମୁଦ୍ରରେ ବୁଡିଗଲା ଜାହାଜ, ୬୧ ଶ୍ରମିକ ମୃତ

ଟ୍ରିପୋଲି: ମଝି ସମୁଦ୍ରରେ ଜାହାଜ ବୁଡି ଯିବାରୁ ୬୧ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଲିବିୟା ସୀମାରେ ଘଟିଛି ଅଘଟଣ। ଲିବିୟାର ଉତ୍ତର -ପଶ୍ଚିମ ଘାଟ ଜୁବାଶାରୁ ବାହାରିବା ପରେ ଉଚ୍ଚ ଲହଡି ଯୋଗୁ ଓଲଟି ପଡିଥିଲା । ଜାହାଜ ବୁଡିଯିବା କାରଣରୁ ୬୧ ଜଣଙ୍କର ମୃତ୍ୟୁ ହୋଇଛି ।ଏନେଇ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ ତରଫରୁ ସୂଚନା ଦିଆଯାଇଛି।

ଜାହାଜରେ ନାଇଜେରିଆ, ଗାମ୍ବିୟା ଓ ଅନ୍ୟ ଅଫ୍ରିକାର ଅନେକ ଶ୍ରମିକ ଥିଲେ । ସେମାନେ ଲିବୟା ଓ ଟ୍ୟୁନିସିଆ ରାସ୍ତା ଦେଇ ଇଟାଲି ଯାଉଥିଲେ ।ଏଥିରେ ସର୍ବାଧିକ ମହିଳା ଓ ଶିଶୁ ରହିଥିବା ଜଣା ପଡିଛି । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଲିବିୟାର ଡିଟେନଶନ ସେଣ୍ଟରରେ ରଖାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି ।
ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନର ପ୍ରବକ୍ତା ଫ୍ଲୋବିୟୋ ଡି ଜିୟାକୋମେଙ୍କ ମୁତାବକ ଚଳିତବର୍ଷ ଭୂମଧ୍ୟସାଗରୀୟ ପ୍ରବାସୀ ମାର୍ଗରେ ଅନେକଥର ଏପରି ଦୁର୍ଘଟଣା ଘଟିଛି। ମୋଟ ୨୨୫୦ ଜଣ ଶ୍ରମିକ ଡଙ୍ଗା ବୁଡିଯିବା କାରଣରୁ ମୃତ୍ୟୁ ହୋଇଛି।

Comments are closed.