Latest Odisha News

BREAKING NEWS

ମୁମ୍ବାଇ ପୋଲିସର କଡା ତାଗିଦ୍‌, ଅକ୍ଟୋବର ୨୮ସୁଦ୍ଧା ଦେଶ ଛାଡ ଇମ୍ରାନ୍

ମୁମ୍ବାଇ: ବଢିଲା ବଲିଉଡ ଅଭିନେତା ଇମ୍ରାନ୍ ଖାନ୍‌ଙ୍କ ଅଡୁଆ । ଦେଶ ଛାଡିବାକୁ ଇମ୍ରାନଙ୍କୁ ନିର୍ଦ୍ଦେଶ । ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ କଡା ନିର୍ଦ୍ଦେଶ ଦେଇଛି ମୁମ୍ବାଇ ପୋଲିସ । ଗତ ୧୦ ତାରିଖରେ ସେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିକ୍ଷୋଭରେ ସାମିଲ ହୋଇଥିଲେ । ଏହା ପରେ ପୋଲିସ ପକ୍ଷରୁ ଏପରି କଡା ଚେତାବନୀ ଦିଆଯାଇଛି । ଆପଣ ଭାବୁଥିବେ ଆନ୍ଦୋଳନରେ ସାମିଲ ହେଲେ ଏପରି ଦେଶ ଛାଡିବାର ନିର୍ଦ୍ଦେଶ କଣ ପାଇଁ । ସୂଚନା ଅନୁସାରେ ଇମ୍ରାନ ଆମେରିକାର ନାଗରିକତ୍ୱ ଗ୍ରହଣ କରିସାରିଛନ୍ତି । ତେଣୁ ଇମିଗ୍ରେସନ ଆକ୍ଟରେ ଥିବା ନିୟମ ଅନୁସାରେ ଇମ୍ରାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି । ସେ ଜଣ ଆମେରିକାର ନାଗରିକ ହୋଇ ଭାରତୀୟ ବିକ୍ଷୋଭରେ ସାମିଲ ହୋଇପାରିବେ ନାହିଁ । ତଥାପି ସେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ତାଙ୍କୁ ଦେଶ ଛାଡିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି ଦିଲ୍ଲୀ–ବେଲ୍ଲୀ ଆକ୍ଟର ଇମ୍ରାନଙ୍କୁ ଏବେ ନା ଦିଲ୍ଲୀ ନା ମୁମ୍ବାଇ କେଉଁଠି ରହିବାକୁ ନାହିଁ ପରମିଶନ । ଏଣିକି ଦେଶ ଛାଡି ପଳାଇବାକୁ କହିଛି ମୁମ୍ବାଇ ପୋଲିସ । ଅକ୍ଟୋବର ୨୮ ଯାଏ ଦିଆଯାଇଛି କଂଟ ।

ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ହୋଇଥିବା ଜ୍ଞାନେଶ ବିରୋଧୀ ବିକ୍ଷୋଭରେ ଇମ୍ରାନ ତାଙ୍କ ପାର୍ଟନର ତଥା ଅଭିନେତ୍ରୀ ଲେଖା ୱାଶିଂଟନ ଓ ସମ୍ପର୍କୀୟ ଭଉଣୀ ଜାୟନ ମେରୀ ଖାନ୍‌ଙ୍କ ସହ ସାମିଲ ହୋଇଥିଲେ । ମୁମ୍ବାଇ ପୋଲିସ ଅନ୍ୟ ବି କ୍ଷୋଭକାରୀଙ୍କ ସହ ସେମାନଙ୍କୁ ମଧ୍ୟ ଅଟକ ରଖିଥିଲା । ଏମିତିକି ଇମ୍ରାନ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ପୋଲିସ ଭ୍ୟାନରେ ବସିଥିବାର ଏକ ଫଟୋ ପୋଷ୍ଟ କରିଥିଲେ । ସୁଚନାଯୋଗ୍ୟ ଯେ ଇମ୍ରାନ ହେଉଛନ୍ତି ବଲିଉଡ ଅଭିନେତା ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଭଣଜା ।

Leave A Reply

Your email address will not be published.