Latest Odisha News

ଦାଉଦ ଭାଇ ପୂରା ଠିକ ଅଛନ୍ତି..:ଅଣ୍ଡରୱାର୍ଲ୍ଡ ଡନ ଛୋଟା ସକିଲ ଖୋଲିଲା ଭିତରର ରହସ୍ୟ

ନୂଆଦିଲ୍ଲୀ: ବିଷ କ୍ରିୟା ଯୋଗୁ ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମ ଗୁରୁତର ଏବଂ ତାଙ୍କର ମୃତ୍ୟୁ  ଘଟିଥିବା ଖବର ଗୁଜବ ବୋଲି ଦାବି କରିଛି ଦାଉଦ ଇବ୍ରାହିମର ଅତି ନିକଟତର ଛୋଟା ସକିଲ । ଛୋଟା ସକିଲ କହିଛି, ଭାଇଙ୍କ ମୃତ୍ୟୁ ଖବର ଏକ ଗୁଜବ । ଏହର କୌଣସି ଆଧାର ନାହିଁ । ଭାଇ ୧୦୦୦ ପ୍ରତିଶତ ଠିକ ଅଛନ୍ତି ।

କେବଳ ଭାରତ ନୁହେଁ, ପାକିସ୍ତାନ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହୋଇଥିଲା ଯେ, ଦାଉଦକୁ କେହି ବିଷ ଦେଇଦେଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କରାଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକ ପାକିସ୍ତାନୀ ସମ୍ବାଦିକ ଟୁଇଟ କରି ଏହି ସୂଚନା ଦେବା ପରେ ଏହାକୁ ସମସ୍ତେ ବିଶ୍ୱାସ କରିଥିଲେ । ହେଲେ ଏବେ ଛୋଟା ସକିଲ ଏହି ଖବରକୁ ମିଛ ବୋଲି ମିଡିଆକୁ ସୂଚନା ଦେଇଛି । କେହି ବଦମାସି କରିବା ଉଦ୍ଦେଶ୍ୟରେ ଏପରି ଗୁଜବ ପ୍ରଚାର କରିଥିବା ସେ କହିଛନ୍ତି ।

ପାକିସ୍ତାନରେ ରବିବାର ରାତିରେ ଇଣ୍ଟରନେଟ ବନ୍ଦ ରହିବା କାରଣରୁ ଏହାକୁ ଦାଉଦ ଘଟଣା ସହ ଯୋଡି ଘଟଣାକୁ ସତ ବୋଲି ଭାବି ନେଇଥିଲେ । ତେବେ ଭାଇ ବିଲକୁଲ ଠିକ ଅଛନ୍ତି ବୋଲି ଛୋଟା ସକିଲ କହିଛି । କେହି ନିଜର  ଲୋକ ଦାଉଦକୁ ବିଷ ଦେଇଥିବା ଖବରକୁ ଗୋଇନ୍ଦା ଏଜେନ୍ସି ବି ଭୁଲ ବୋଲି କହିଛି । ଏଜେନ୍ସିର କହିବା ଅନୁଯାୟୀ, ଦାଉଦ ଦୀର୍ଘ ସମୟ ଧରି ପାକିସ୍ଥାନୀ ଏଜେନ୍ସିର ଅତିଥି ଭାବେ କଡା ସୁରକ୍ଷା ମଧ୍ୟରେ ରହି ଆସୁଛି । ତାଙ୍କର ଅତି ବିଶ୍ୱସ୍ତ ଲୋକ ତାଙ୍କୁ ସୁରକ୍ଷା ଘେର ମଧ୍ୟରେ ରଖିଛନ୍ତି । ଆଇଏସଆଇ ପାଇଁ ଦାଉଦ ଏକ ଆସେଟ ପରି । କାରଣ ଭାରତ ବିରୋଧରେ ପାକିସ୍ତାନ ଚଲାଇଥିବା ଜେହାଦୀ ଆତଙ୍କର ଅସ୍ତ୍ରଭାବେ ତାଙ୍କୁ ବ୍ୟବହାର କରେ ଆଇଏସଆଇ । ତା ଛଡା ଦାଉଦ ଆମେରିକାର ରାଡର ଭିତରେ ଥିବାରୁ ଆଇଏସଆଇ ଦାଉଦର ସୁରକ୍ଷା ଦାୟିତ୍ୱ ନେଇଛି ।

Comments are closed.