ଯାଜପୁର: ଯାଜପୁର ଜିଲ୍ଲା ରଗଡି ଜେଲରେ ପହଁଚିଲା ଏସଟିଏଫ ଟିମ । ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ପାଞ୍ଚ ଦିନ ପାଇଁ ନେଲା ରିମାଣ୍ଡରେ ନେଲା ଏସଟିଏଫ । ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ ଘଟଣାର ତଦନ୍ତ କରି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଜେଏମଏଫସି କୋର୍ଟରେ ହଜାର କରିଥିଲେ । ସେଠାରେ ବୁଖାରିର ବେଲ ଖାରଜ ହୋଇ ଯାଇଥିଲା । ଫଳରେ ତାକୁ ରଗଡି ଜେଲକୁ ପଠାଯାଇଥିଲା ।
ସେପଟେ ସୟଦ ଇସାନ ବୁଖାରୀର ଆଇଏସଆଇ ଲିଙ୍କ ଥିବା ଏସଟିଏଫ ଟିମ ପ୍ରମାଣ ପାଇବା ପରେ ଘଟଣା ଗୁରୁତର ରୂପ ନେଇଛି । ଘଟଣାର ଅଧିକ ତଦନ୍ତ ପାଇଁ ଗତକାଲି ଏସଟିଏଫ ଟିମ ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟରେ ରିମାଣ୍ଡରେ ଆବେଦନ କରିଥିଲେ । ସେପଟେ ଏସଟିଏଫ ଟିମର ଆବେଦନର ଶୁଣାଣି କରି ଚଣ୍ଡିଖୋଲ ଜେଏମସି କୋର୍ଟ ଗତକାଲି ବୁଖାରିକୁ ୫ଦିନ ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଏହି ଶୁଣାଣି ପରେ ଏସଟିଏଫ ଟିମ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଗାଡ଼ିରେ ସଶସ୍ତ୍ର ପୋଲିସ ବାହିନୀ ରଗଡି ଜେଲରେ ପହଂଚି କଡା ସୁରକ୍ଷା ବଳୟରେ ବୁଖାରିକୁ ୫ଦିନ ପାଇଁ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି । ଏସଟିଏଫ ୭ ଦିନିଆ ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।
Comments are closed.