Latest Odisha News

ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ରେ କୋଟିଏ ଟଙ୍କା ହେରଫେର ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ସହର ସ୍ଥିତ ଆଇଡିବିଆଇ ବ୍ୟାଙ୍କ ରେ କୋଟିଏ ଟଙ୍କା ହେରଫେର ଘଟଣା । ତଦନ୍ତ ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ ର ଆଞ୍ଚଳିକ ମୁଖ୍ୟ (DGM) ସ୍ୱରୂପ ଦତ୍ତ l ପୋଲିସ ପ୍ରାଥମିକ ତଦନ୍ତ କରି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଙ୍କୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି l ଅଭିଯୋଗ କୁ ଭିତ୍ତି କରି ନବରଙ୍ଗପୁର ପୋଲିସ କେଶ ନମ୍ବର ୫୨୩/୨୩ ରେ ଏକ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ଆଇଡିବିଆଇ ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଚଳିତ ମାସ ୧ ଓ ୨ ତାରିଖ ଦିନ କାରବାର ହୋଇଥିବା ବ୍ୟାଙ୍କର ଭଲଟ୍ ରୁ ଏକ କୋଟି ଟଙ୍କା ନେଇଁ ଏସବିଆଇ ର କରେନ୍ସି ଚେଷ୍ଟ ରେ ଜମା କରିବି କହି ଜମା କରିନଥିଲେ । ଅନ୍ୟପଟେ ଗତ ୧୫ ତାରିଖ ରେ ବ୍ୟାଙ୍କରେ ତଦନ୍ତ ସମୟରେ ଏକ କୋଟି ଟଙ୍କା କମ୍ ଥିବା ଜଣାପଡିଥିଲା । ଯାହାକୁ ନେଇ ଡିଜିଏମ୍ ସ୍ୱରୂପ ଦତ୍ତ ଙ୍କୁ ବ୍ୟାଙ୍କ କର୍ମଚାରୀମାନେ ଜଣାଇଥିଲେ ।

ଏନେଇ ସ୍ୱରୂପ ଦତ୍ତ ନବରଙ୍ଗପୁର ସ୍ଥିତ ଆଇଡିବିଆଇ ବ୍ୟାଙ୍କ କୁ ଆସି ତଦନ୍ତ କରିବା ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି l ଏତଲା କୁ ଭିତ୍ତି କରି ନବରଙ୍ଗପୁର ପୋଲିସ ଆଇଡିବିଆଇ ବ୍ୟାଙ୍କ କୁ ଯାଇ ତଦନ୍ତ କରିବା ସହ ବ୍ୟାଙ୍କ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି l

ଅନ୍ୟପଟେ ଏତେ ଗୁଡ଼ିଏ ଟଙ୍କା ହେରଫେର ରେ କେବଳ ବ୍ୟାଙ୍କ ମ୍ୟାନେଜର ର ହାତ ଅଛି ନା ଅନ୍ୟ କେଉଁ କର୍ମଚାରୀ ଙ୍କ ହାତ ରହିଛି ତାହା ତଦନ୍ତ ସାପେକ୍ଷ l

Comments are closed.