Latest Odisha News

ଫୋନ କରି ହଇରାଣ କଲେ ଦେବାକୁ ପଡିବ ୨ ଲକ୍ଷ ଯାଏଁ ଜରିମାନା

ନୂଆଦିଲ୍ଲୀ : ଏଣିକି ଆଉ କେହି ଫୋନ କରି କାହାକୁ ହଇରାଣ ହରକତ କରିପାରିବେନି । କାରଣ ଭରିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଯଦି କେହି ବିନା କାରଣରେ ଫୋନ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ନୂତନ ଟେଲିକମ ବିଲ ଆଗତ କରିଛନ୍ତି । ସେଥିରେ ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ ।

ଯଦି କେହି ଅଜଣା କଲ ଦ୍ୱାରା ଅସୁବିଧାରେ ପଡନ୍ତି, ତେବେ ତାଙ୍କ ପାଇଁ ଏବେ ସୁବିଧା ହେବ । ନୂତନ ବିଲ ଅଜଣା କଲ ବନ୍ଦ କରିବାରେ ସାହାଯ୍ୟ କରିବ । ଗତ କିଛି ବର୍ଷ ମଧ୍ୟରେ ଗ୍ରାହକମାନଙ୍କ ପାଖକୁ ଆସୁଥିବା ଅଜଣା କଲ ସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରମୋଶନ ଏବଂ ବ୍ୟାଙ୍କ କଲରେ ବୃଦ୍ଧି ଘଟିଛି । ଏଥିପାଇଁ ଟ୍ରାଇ ଦ୍ୱାରା ଅନେକ ପରାମର୍ଶ ଦିଆଯାଇଛି । ତେବେ ଟେଲିକମ କମ୍ପାନୀଗୁଡିକ ଦ୍ୱାରା କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ । ଏଭଳି ପରିସ୍ଥିତିରେ ସରକାର କଠୋରତା ଦେଖାଇ ନୂଆ ଟେଲିକମ ବିଲରେ ଜରିମାନା ଆଦାୟକୁ ସାମିଲ କରିଛନ୍ତି । ଏହାପୂର୍ବରୁ, ଟ୍ରାଇ ସମସ୍ତ ଟେଲିକମ କମ୍ପାନୀଗୁଡିକୁ ଏଆଇ ଫିଲ୍ଟର ସାହାଯ୍ୟରେ ଠକେଇ ଏବଂ ଅଜ୍ଞାତ କଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ନୂତନ ଟେଲିକମ ବିଲରେ ଅନେକ ସଂଶୋଧନ କରାଯାଇଛି । ଏଥିରେ ସରକାର ଟେଲିକମ କମ୍ପାନୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଜରିମାନା ପରିମାଣକୁ ୫୦ କୋଟିରୁ ୫ କୋଟି ଟଙ୍କାକୁ ହ୍ରାସ କରିଛନ୍ତି । ଏହା ବ୍ୟତୀତ ଗ୍ରାହକଙ୍କ ବିରୋଧରେ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବୃଦ୍ଧି କରାଯାଇଛି । ଏହା ସହିତ ଓଟିଟି ପାଇଁ ନିୟମ ସ୍ଥିର କରାଯାଇଛି ।

Comments are closed.