Latest Odisha News

ଭଣଜାଙ୍କୁ କ୍ରିକେଟର ବନେଇବାକୁ ଚାହିଁବାରୁ ଘରକୁ ଆସିବାକୁ ମନା କରିଦେଲେ ଭିଣେଇ, ଏବେ IPLରେ ସଫଳ ହେଲା ମାମୁଁଙ୍କ ପ୍ରଚେଷ୍ଟା

ସମୀର ରିଜଭି ମେରଟର ବାସିନ୍ଦା | ମଙ୍ଗଳବାର ଆଇପିଏଲ ନିଲାମରେ ତାଙ୍କୁ ୮.୪୦ କୋଟି ଟଙ୍କା ମୂଲ୍ୟର ଚେନ୍ନାଇ ସୁପର କିଙ୍ଗସ୍ କିଣିଛି ।

ନୂଆଦିଲ୍ଲୀ: ସମୀର ରିଜଭିଙ୍କ ପିତା ହସିନ ରିଜଭି ତାଙ୍କ ଶଳା ସାହେବ ତାକିବଙ୍କ ପାଇଁ ଘରର କବାଟ ସବୁ ଦିନ ପାଇଁ ବନ୍ଦ କରିଦେଇଥିଲେ।  କାରଣ ତାକିବ ତାଙ୍କ ଭଣଜା ସମୀରଙ୍କୁ କ୍ରିକେଟ୍ ଖେଳିବା ପାଇଁ ପ୍ରସ୍ତୁତ କରୁଥିଲେ। ସମୀରଙ୍କ ମାମୁଁ ତାକିବ ନିଜେ ମଧ୍ୟ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ। ଯେତେବେଳେ ତାଙ୍କର ଏହି ସ୍ୱପ୍ନ ପୂରଣ ହେଲା ନାହିଁ, ସେତେବେଳେ ସେ ତାଙ୍କ ଭଣଜା ସମୀରଙ୍କୁ ଟିମ୍ ଇଣ୍ଡିଆର ଜର୍ସିରେ ଦେଖିବାର ଏକ ନୂତନ ସ୍ୱପ୍ନ ଦେଖିବାକୁ ଲାଗିଲେ |  ଗତ ୧୪ବର୍ଷ ଧରି ତାକିବ କ୍ରିକେଟ୍ ପଡ଼ିଆରେ ସମୀରଙ୍କ ସହ ସମୟ ବିତାଉଥିଲେ। ଶେଷରେ ଗତକାଲି ତାଙ୍କର ଦିର୍ଘ ୧୪ବର୍ଷର ପ୍ରଚେଷ୍ଟା ସଫଳ ହୋଇଛି ।

ଆଇପିଏଲ ନିଲାମରେ ସମୀର ରିଜଭିଙ୍କୁ ୮.୪୦ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ । ଏହି ସଫଳତା ନେଇ ସମୀରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ‘ ମୋ ମାମୁଁ ସବୁବେଳେ ମୋ ସାଥିରେ ଥିଲେ। ଗତ ଏହି ୧୪ ବର୍ଷ ଭିତରେ ୧୪ଦିନ ବି ଏପରି ନଥିବ ଯେତେବେଳେ ମୁଁ ପଡିଆରେ ଏହା ଥିବି ଆଉ ମୋ ମାମୁଁ ମୋ ସାଙ୍ଗରେ ନଥିବେ । ମୋର ମୋ ଉପରେ ଯେତିକି ଭରଷା ନାହିଁ ସେ ମୋ ଉପରେ ସେତିକି ଅଧିକ ବିଶ୍ୱାସ କରୁଥିଲେ | ନିଲାମ ସମୟରେ ମଧ୍ୟ ସେ ମୋତେ ବାଧ୍ୟକରି ବସି ନିଲାମୀ ପ୍ରକ୍ରିୟା ଦେଖିବାକୁ କହିଥିଲେ।

ତାକିବଙ୍କୁ ଯେତେବେଳେ ଏ ବିଷୟରେ ପଚରାଯାଇଥିଲା ସେତେବଳେ ସେ ତାଙ୍କ ଭିଣେଇଙ୍କର ପୁରୁଣା କଟୁ କଥାକୁ ମନେପକେଇଥିଲେ । ତାକିବଙ୍କ ଭିଣେଇ ତଥା ସମୀରଙ୍କ ବାପା ସମୀରଙ୍କୁ କ୍ରକେଟ ଖେଳିବାକୁ କହୁଥିବାରୁ ତାକିବଙ୍କୁ କିପରି ଅପମାନିତ କରୁଥିଲେ ସେ କଥା କହି କାନ୍ଦିପକାଇଥିଲେ ତାକିବ। ତାକିବ କହିଛନ୍ତି ଯେ, ‘ଯେତେବେଳେ ଭିଣେଇ ମୋତେ ଦେଖନ୍ତି ସବୁବେଳେ ମୋତେ କୁହନ୍ତି ଯେ, ତାକୁ ତୁମ ପରି କର ନାହିଁ । କ୍ରକେଟ ପଛରେ ଦୌଡି ଦୌଡି କଣ ବା ତମେ ପାଇଛ । ଏମିତି ତାକୁ ଖେଲିବା ନାଁ ନେଇ ଦିନକୁ ଦିନ ବିଗାଡି ଦିଅନି ।‘ ସେତେବେଳେ ତାଙ୍କ କତା ମୋତେ ବହୁତ ବାଧେ । କିନ୍ତୁ ଏବେ ସେ କଥା ଭାବି ମୋତେ ହସ ବି ଲାଗୁଛି । ଆଜି ମୋ ଭିଣେଇ ମୋ ହାତ ଧରି ବହୁତ କାନ୍ଦୁଥିଲେ । ଏହା ଆମ ପରିବାର ପାଇଁ ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା |

ସମୀର ୨୦୧୯-୨୦ ବର୍ଷରେ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ସେ ଏତେ କମ୍ ବୟସରେ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ | ସମୀରଙ୍କ ଦକ୍ଷତା ଦେଖି ଉତ୍ତରପ୍ରଦେଶର ପ୍ରଶିକ୍ଷକ ତଥା ପୂର୍ବତନ ବାମହାତୀ ସ୍ପିନର ସୁନୀଲ ଯୋଶୀ ତାଙ୍କୁ ଏକ ସୁଯୋଗ ଦେଇଥିଲେ।

Comments are closed.