Latest Odisha News

ଗୋବିନ୍ଦା @୬୦ : ୯୦ ଦଶକରେ ନିଜ ଅଭିନୟ ଓ ଡ୍ୟାନ୍ସର ଜାଦୁରେ ୩ ଖାନଙ୍କୁ ପଛରେ ପକାଇଥିଲେ

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ୯୦ ଦଶକକୁ ସବୁଠାରୁ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ  । ଏହା ଏପରି ଏକ ସମୟ ଥିଲଶ , ଯେତେବେଳେ ଅନେକ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ସେ ସଙ୍ଗୀତ ହେଉ କିମ୍ବା ଚଳଚିତ୍ର  । ୯୦ ଦଶକର ଖାସିଅତ୍ କିଛି ଅଲଗା ଥିଲା । ଯଦି ଆମେ ୯୦ ଦଶକର ଅଭିନେତା ମାନଙ୍କର କଥା କହିବା କେବଳ ଗୋଟିଏ ନାମ ମନକୁ ଆସିବ  । ସେ ହେଉଛନ୍ତି ଗୋବିନ୍ଦା । ତାଙ୍କ ବିଷୟରେ ଜାଣିବାକୁ ହେଲେ ତାଙ୍କ ନାଁ ହିଁ ଯଥେଷ୍ଟ  ।

ଗୋବିନ୍ଦା ସେହି ସମୟର ଏକମାତ୍ର ହିରୋ ଯିଏ କି ୩ ଖାନ୍ ଙ୍କୁ ପଛରେ ପକାଇଦେଇଥିଲେ । ୧୯୬୩ ମସିହା ଡିସେମ୍ବର ୨୧ ଅର୍ଥାତ୍ ଆଜିର ଦିନରେ ତାଙ୍କ ଜନ୍ମ  । ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି  । ଗୋବିନ୍ଦାଙ୍କ ପୁରା ନାଁ ହେଉଛି Govind Arun Ahuja  । ବଲିଉଡ୍ ଫିଲ୍ମ ଜଗତରେ ତାଙ୍କ ଚି ଚି ନାମରେ ଜାଣନ୍ତି  । ଅଭିନେତା ଗୋବିନ୍ଦାଙ୍କ ବାପା ଅରୁଣ କୁମାର ଆହୁଜା ଜଣେ ଜଣାଶୁଣା ଅଭିନେତା ହୋଇଥିବାବେଳେ ତାଙ୍କ ମା ଜଣେ ଖ୍ୟାତନାମା ଶାସ୍ତ୍ରୀୟ ଗାୟକ ଥିଲେ।

କୁହାଯାଏ ଯେ ଗୋବିନ୍ଦା କେବଳ ତାଙ୍କ ପିତାଙ୍କ ପରାମର୍ଶରେ ଅଭିନୟକୁ ନିଜ କ୍ୟାରିୟର ରୂପେ ବାଛିଥିଲେ  ।  କିନ୍ତୁ ତାଙ୍କ ମା ଚାହୁଁ ନଥିଲେ ଯେ ତାଙ୍କ ପୁଅ ଅଭିନୟ ଜଗତରେ ପାଦ ଦେଉ  ।  ତେଣୁ ସେହି ସମୟରେ ଗୋବିନ୍ଦା ତାଙ୍କ ମାଙ୍କଠାରୁ ଲୁଚି କରି ଷ୍ଟୁଡିଓକୁ ଯାଉଥିଲେ।  ଯେତେବେଳେ ଫିଲ୍ମ ଜଗତରେ ଗୋବିନ୍ଦା ସଂଘର୍ଷ କରୁଥିଲେ  । ସେତେବେଳେ ମିଥୁନ୍ ଚକ୍ରବର୍ତ୍ତୀଙ୍କର ଡିସ୍କୋ ଡ୍ୟାନ୍ସର ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା ।  ଯେଉଁ ଗୀତଟି ଗୋବିନ୍ଦାଙ୍କୁ ଖୁବ୍ ପସନ୍ଦ ଥିଲା  । ସେ ବହୁ କଷ୍ଟ କରି ମିଥୁନଙ୍କ ଦ୍ବାରା କରାଯାଇଥିବା ଡ୍ୟାନ୍ସ ଷ୍ଟେପ୍ ଗୁଡିକୁ ସିଖିଥିଲେ । ଏବଂ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ବନାଇ ସେ ସବୁ ଷ୍ଟୁଡିଓ ଗୁଡିକରେ ବାଣ୍ଟିଥିଲେ  ।

ହେଲେ ଜଣେ ଡାଇରେକ୍ଟର ମାନେ ଜଣେ ନୂଆ ଚେହେରାଙ୍କ ସୁଯୋଗ ଦେଇ ରିକ୍ସ ନେବାକୁ ଚାହୁଁନଥିଲେ  । କିନ୍ତୁ ପରେ ତାଙ୍କ ମାମୁଁ ଆନନ୍ଦ ଏହି ଭିଡିଓକୁ ଦେଖି ଖୁବ୍ ଖୁସି ପ୍ରକଟ କରିଥିଲେ  । ଏବଂ ତାଙ୍କୁ ଫିଲ୍ମ ରେ ସୁଯୋଗ ଦେବାକୁ ମନସ୍ଥ କରିଥିଲେ । ସମୟ ଗଡିବା ସହ ଧିରେ ଧିରେ ଗୋବିନ୍ଦାଙ୍କୁ ଫିଲ୍ମ ମିଳିବାକୁ ଲାଗିଲା  । ଖୁବ୍ କମ୍ ସମୟ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଥିଲେ ଗୋବିନ୍ଦା । ଏମିତି ସମୟ ଆସିଲା ୯୦ ଦଶକର ସବୁ ହିରୋଇନ ମାନେ ତାଙ୍କ ସହ କାମ କରିବାକୁ ଚାହିଁଲେ  ।

ଗୋବିନ୍ଦାଙ୍କ ଡ୍ୟାନ୍ସ , ଠାଣି ଏବଂ ନିଖୁଣ ଅଭିନୟ  ଦର୍ଶକଙ୍କୁ ମତୁଆଲା କରିଥିଲା । ଆଜି ବି ବଲିଉଡ୍ ଫିଲ୍ମ ଜଗତରେ ଗୋବିନ୍ଦାଙ୍କ ରହିଛି ଭିନ୍ନ ପରିଚୟ  । ସବୁଠାରୁ ବଡ କଥା ହେଉଛି ଏହାରି ମଧ୍ୟ ଦୀର୍ଘ ବର୍ଷ ବିତିଯାଇଛି  । ଏହାରି ମଧ୍ୟ ବହୁ କଳାକାର ବଲିଉଡ୍ ଫିଲ୍ମ ଜଗତରେ ପାଦ ଦେଇଛନ୍ତି ହେଲେ କେହି ବି ହିରୋ ଗୋବିନ୍ଦାଙ୍କ ଡ୍ୟାନ୍ସ ଷ୍ଟେପକୁ ଫଲୋ କରିପାରନ୍ତି ନାହିଁ ।  ସେତେବେଳ ସମୟରେ ସେ ସଲମାନ, ଶାହାରୁଖ , ଆମୀର ଖାନ୍ ଏବଂ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ। ଆଜି ତାଙ୍କ ଜନ୍ମଦିନରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Comments are closed.