Latest Odisha News

BREAKING NEWS

ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ରାଜ୍ୟ ସରକାର: ସମୀର ମହାନ୍ତି

ଭୁବନେଶ୍ୱର: ସ୍ମାର୍ଟ ସିଟି ରାଉରକେଲାରେ ହଇଜା ଜନିତ ମୃତ୍ୟୁ ପ୍ରସଙ୍ଗ। ବିଜେଡି ଉପରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। କେବଳ ବିଜ୍ଞାପନରେ ସୀମିତ ବିଜେଡି ସରକାର, ରାଜ୍ୟବାସୀଙ୍କୁ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ବୋଲି ସେ କହିଛନ୍ତି। ସ୍ୱଚ୍ଛ ପାଣି ଓ ବାୟୁ ଜଣେ ନାଗରିକର ମୌଳିକ ଅଧିକାର କିନ୍ତୁ ଏଥିରୁ ରାଜ୍ୟ ସରକାର ବଂଚିତ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ରାଉରକେଲାରେ ଝାଡାବାନ୍ତିରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଭୁବନେଶ୍ୱରରେ ଲୋକେ ଦୁର୍ଗନ୍ଧମୟ ପରିବେଶ ପାଇଁ ଚର୍ମ, କର୍କଟ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର ୨ଟି ସ୍ମାର୍ଟ ସିଟିରେ ସ୍ୱଚ୍ଛ ପବନ ଓ ସ୍ୱଚ୍ଛ ଜଳ ଦେବାରେ ବିଫଳ ହେବା ଏହା କଣ ୨୩ବର୍ଷ ସରକାରର ରୂପାନ୍ତରୀକରଣ ବୋଲି ସେ ପ୍ରଶ୍ନ କରିଛନ୍ତି। “ଡ୍ରିଙ୍କିଙ୍ଗ ଟ୍ୟାପ୍ ୱାଟର” ସ୍ୱଚ୍ଛ ଜଳ ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କାର ବିଜ୍ଞାପନ ହେଉଛି। ଅପରପକ୍ଷେ ଦ୍ୱିତୀୟ ସ୍ମାର୍ଟ ସିଟି ରାଉରକେଲାରେ ହଇଜା ବ୍ୟାପିବା ଆଶ୍ଚର୍ଯ୍ୟଜନକ ।

ନିଜର ଅପାରଗତାକୁ ଘୋଡାଇବା ପାଇଁ ବିଜୁ ଜନତା ଦଳ ବିଭିନ୍ନ ପ୍ରକାର ମିଛ ଗପ କହୁଛି। ରାଜ୍ୟ ସରକାର ଭୋଟ ପାଇଁ ପ୍ରଚାର ସର୍ବସ୍ୱ ନହୋଇ ତୁରନ୍ତ ଜନତାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରନ୍ତୁ ବୋଲି ସମୀର ମହାନ୍ତି କହିଛନ୍ତି। ୨୩ ବର୍ଷର ବିଜେଡି ସରକାର ନିଜକୁ କେବଳ ବିଜ୍ଞାପନରେ ସୀମିତ ରଖିଛି। ରାଜ୍ୟ ସରକାର ଭୋଟ ପାଇଁ ପ୍ରଚାର ସର୍ବସ୍ୱ ନହୋଇ ତୁରନ୍ତ ଜନତାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରନ୍ତୁ । ନହେଲେ ବିଜେଡିକୁ ଆଗାମୀ ଦିନରେ ଲୋକେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

 

 

Comments are closed.