Latest Odisha News

BREAKING NEWS

ନିରାକାରପୁରରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନିରାକାରପୁରଠାରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ୍ । ୧୮୪୬୩/୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବେଙ୍ଗାଲୁରୁରୁ ଡିସେମ୍ବର ୨୯ ତାରିଖରେ ଛାଡି ୩୦ ତାରିଖରେ ନିରାକାରପୁରଠାରେ ରହଣି ପାଇଁ ସ୍ଥିର କରାଯାଇଛି। ସେହିପରି ଭୁବନେଶ୍ୱରରୁ ୩୧ ତାରିଖରେ ଛାଡିବାକୁ ଥିବା ୧୮୪୬୩ ଭୁବନେଶ୍ୱର- ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁରଠାରେ ରହଣି କରିବ। ପ୍ରଶାନ୍ତି ଏକ୍ସପ୍ରେସ ପାଇଁ ଅନ୍ୟ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Comments are closed.