Latest Odisha News

ଶୁରାଙ୍କୁ ଦ୍ବିତୀୟ ବିବାହ କଲେ ଅରବାଜ୍

ମୁମ୍ବାଇ: ଅଭିନନ୍ଦନ ! ଅରବାଜ୍ ଖାନ୍ ଏବଂ ଶୁରା ଖାନ୍ । ଦୀର୍ଘ ଦିନ ପରେ ଅରବାଜ୍ ଶୁରାଙ୍କ ସହ ଦ୍ବିତୀୟ ବିବାହ କରିଛନ୍ତି  । ଯାହାର ସୂଚନା ଦେଇଛନ୍ତି ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ  । ରବିନା ସୋସିଆଲ ମିଡିଆରେ ଅରବାଜ ଏବଂ ଶୁରାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି । ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର  କରି ସେ ନବ ଦମ୍ପତ୍ତିଙ୍କୁ ବିବାହର ଶୁଭ କାମନା ଜଣାଇଛନ୍ତି  । ବିବାହ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା  ।

ଯେଉଁଥିରେ ରବିନା ଏବଂ ଅରବାଜ ଖାନ ‘ଅଭି ତୋ ପାର୍ଟି ଶୁରୁ ହୁଇ ହୈ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହି ବିବାହ କାର୍ଯ୍ୟକ୍ରମରେ କେବଳ କିଛି ଘନିଷ୍ଟ ବନ୍ଧୁ ଏବଂ ପରିବାର ଲୋକ ଉପସ୍ଥିତ ଥିଲେ । ଶୁରା ଖାନ୍ ଜଣେ ମେକଅପ୍ ଆଟିଷ୍ଟ  । ସେ ଅନେକ ଚଳଚିତ୍ର ଓ ଟେଲିଭିଜନ ଶୋରେ କାମ କରିଛନ୍ତି । ଶୁରା ରବିନା ଟଣ୍ଡନଙ୍କ ସହ ବହୁ ବଡ ବଡ ଅଭିନେତ୍ରୀଙ୍କ ପର୍ସନାଲ ମେକଅପ୍ ଆଟିଷ୍ଟ  । ଉଭୟଙ୍କୁ ବିବାହର ବହୁତ ବହୁତ୍ ଅଭିନନ୍ଦନ  ।

Comments are closed.