ମୁମ୍ବାଇ: ବଲିଉଡ ଆଣୁଛି ହରର୍ ଥ୍ରୀଲର ‘ଜାନୀ-ଦୁଶମନ:ଡର କେ ଆଗେ ମୌତ୍ ହେ’ । ଏହି ଫିଲ୍ମ ମାଧ୍ୟମରେ ବଲିଲଭରଙ୍କୁ ଡରାଇବାକୁ ଆସିବେ ଦୁର୍ଗାମତି ଫେମ୍ ଅଭିନେତ୍ରୀ ଭୂମି ପେଡନେକର । ଯାହାର ପାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଫିଲ୍ମ ଦ୍ୱାରା ଭୂମି ହରର ଫ୍ରାଂଚାଇଜରେ ନେଇଛନ୍ତି ଦମଦାର ଏଂଟ୍ରି । ବୁଧବାର ଏହି ଫିଲ୍ମର ଘୋଷଣା ସହ ଫାଷ୍ଟ ଲୁକ୍ ଜାରି କରିଛନ୍ତି ଫିଲ୍ମ ମେକର୍ । ଫାଷ୍ଟ ଲୁକ୍ ବା ପୋଷ୍ଟରରେ ଜଣେ ମହିଳା ଚାଦର ଘୋଡେଇ ହୋଇ ଶୋଇଥିବା ବେଳେ ତାଙ୍କ ଆଡକୁ ଏକ ଭୟାନକ ହାତ ମାଡି ଆସୁଥିବା ଦେଖିବାକୁ ମିଲିଛି । ହାତ ସହ ଆସିଥିବା ଲାଲ କପଡା କୌଣସି ମହିଳାଙ୍କ ଓଢଣୀ କିମ୍ବା ସାଲ୍ ପରି ଲାଗୁଛି । ଯାହାକୁ ଦେଖିଲେ ପୋଷ୍ଟରର ସସପେନ୍ସ ଆହୁରି ବଢିଯାଉଛି । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ଫିଲ୍ମଟି ରିଲିଜ୍ ହେବ ବୋଲି କୁହାଯାଇଛି ।
ଫିଲ୍ମରେ ଭୂମି ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ମା-ଝିଅଙ୍କ କାହାଣୀ ଉପରେ ଫିଲ୍ମ ଗତିଶୀଳ ହେବ ବୋଲି ସୂଚନା ମିଳିଛି । ଅରସଦ ସୟଦ ଫିଲ୍ମର ନିଦେ୍ର୍ଦଶନା ଦେଉଥିବା ବେଳେ ଭୂଷଣ ଓ କ୍ରୀଷନ କୁମାର, ପ୍ରଭଲୀନ ଓ ଅଜୟ ସିଂଘଲ ମିଶି ଫିଲ୍ମର ପ୍ରଯୋଜନା କରୁଛନ୍ତି । ୨୦୨୫ରେ ଭୂମିଙ୍କ ଫିଲ୍ମ ‘ମେରେ ହଜବେଣ୍ଡ କି ବିବିି’ ରିଲିଜ୍ ହୋଇଥିଲା । ୨ବର୍ଷ ପରେ ଭୂମି ଏହି ହରର ମୁଭି ନେଇ ଆସୁଛନ୍ତି ବଡ ପରଦାରେ । ପୂର୍ବରୁ ଓଟିଟିରେ ରିିଲିଜ୍ ହୋଇଥିବା ‘ଦଲଦଲ’ରେ ନଜର ଆସିଥିଲେ ଭୂମି । ଦମ୍ ଲଗାକେ ହୈସା ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ ଭୂମି ।
