Latest Odisha News

BREAKING NEWS

ଓଡିଶାର ୧୦ଟି ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପାଖାପାଖି ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ ।

ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ନନ୍ କେପଟିଭ୍ ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମସିହା ସୁଦ୍ଧା ସରୁଛି, ସେଗୁଡିକର ନିଲାମ ଲାଗି ଖଣି ବିଭାଗ ପକ୍ଷରୁ ନିଲାମ ନୋଟିସ୍ ହୋଇଛି । ଆସନ୍ତା ନଭେମ୍ବର ୧୫ ସୁଦ୍ଧା ଟେଣ୍ଡର ପେପର କିଣିପାରିବେ ଏବଂ ୧୮ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ନିଲାମ ହେବାକୁ ଥିବା ଖଣି ମଧ୍ୟରେ ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ, ସିଲଯୋଡା-କାଳିମାଟି, ମାଙ୍ଗାନିଜ ଖଣି, ଜିଲିଙ୍ଗ-ଲଙ୍ଗଲୋଟା, ଜରିବାହାଲ, ରୋଇଡା, ଜୁରୁରୀ, ନାରାୟଣପୋଶି, ମହୁଲଶୁଖା ଓ ଗାନୁଆ ରହିଛି ।

Leave A Reply

Your email address will not be published.