ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
‘ଏକ୍ସ’ରେ ହିନ୍ଦୀରେ ଏକ ପୋଷ୍ଟରେ କଂଗ୍ରେସ ସାଧାରଣ ସମ୍ପାଦକ ଲେଖିଛନ୍ତି ଯେ ଗତ ୧୯ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୨୯ ପ୍ରତିଶତ ଶସ୍ତା ହୋଇଛି। ତୈଳ କଂପାନିଗୁଡ଼ିକ ୬ ମାସରେ ୧.୩୨ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ସେମାନଙ୍କ ବିପୁଳ ରୋଜଗାରର ବୋଝ ଦେଶବାସୀଙ୍କ ଉପରେ ନ୍ୟସ୍ତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ପେଟ୍ରୋଲ ଓ ଡିଜେଲଦର ଅଧିକ ଥିବାରୁ ଦେଶରେ ମୁଦ୍ରାସ୍ଫୀତି ଶୀର୍ଷରେ ରହିଛି ବୋଲି ରାହୁଲ କହିଛନ୍ତି। ଗରିବ ଓ ମଧ୍ୟବିତ୍ତ ଲୋକମାନେ ପରିବାର ଚଳାଇ ପାରୁ ନାହାନ୍ତି, କିନ୍ତୁ ସେମାନଙ୍କୁ କୌଣସି ଆଶ୍ବସ୍ତି ମିଳୁନାହିଁ। ସରକାରଙ୍କ ପ୍ରାଥମିକତା କେବଳ କିଛି କୋଟି ପତିଙ୍କ ପକେଟ୍ ପୂରଣ କରିବା ବୋଲି ସେ ଅଭିଯୋଗ କରିଛନ୍ତି।
Comments are closed.