Latest Odisha News

ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌, ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ଗଞ୍ଜାମ: ପିକନିକ ସାରି ଫେରୁଥିବା ସମୟରେ ଅଘଟଣ । ଖୁସି ର ସମୟ ପାଲଟିଲା ଦୁଃଖରେ । ଗଞ୍ଜାମ ର ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ପଡିବାରୁ ଏଥିରେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ୨୦୨୩ ବର୍ଷ ସରିଆସୁଥିବାବେଳେ ଆଜି ପିକନିକ ପାଇଁ ଯାଜପୁର ଜିଲ୍ଲା ଦଶମନ୍ତପୁର ଅଞ୍ଚଳର ୬୦ ରୁ ଅଧିକ ପର୍ଯ୍ୟଚକ ଏକ ବସ୍‌ରେ ଜିରାଙ୍ଗ ଯାଇ ସେଠାରେ ପିକ୍‌ନିକ୍‌ ସାରି ଖସଡା ଫେରୁଥିଲେ । ହେଲେ ଫେରିବା ବାଟରେ ତପ୍ତପାଣି ଘାଟିରେ ବସ୍‌ଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା । ବସ ଟି ବ୍ରେକ୍‌ ଫେଲ୍‌ ହେବାରୁ ଘାଟି ର ତଳକୁ ଓଲଟି ପଡ଼ିଥିଲା ।

ଏହାଦେଖି ସ୍ଥାନୀୟ ଲୋକେ ପ୍ରଥମେ ଅଗ୍ନିଶମ ବାହୀନି ଓ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରୁ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

Comments are closed.