Latest Odisha News

BREAKING NEWS

ବାଇକ୍ ପଛରେ ବସି ଫ୍ଲାଇଙ୍ଗ୍ କିସ୍ ଦେଲେ ମହିଳା: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ପାଇଥାନ୍ତି । ସେଥିମଧ୍ୟରୁ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଉ କିଛି ଆମକୁ ଶିଖିବାର ସୁଯୋଗ ଦେଇଥାଏ । ସୋସିଆଲ ମିଡ଼ିଆରେ ଖୁବଶୀଘ୍ର ଲୋକପ୍ରିୟତା ପାଇବା ପାଇଁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଇଥାନ୍ତି । ବେଳେବେଳେ ଲୋକମାନେ ଏପରି ଭିଡିଓ କରିବା ପାଇଁ ନିୟମକୁ ମଧ୍ୟ ଅଣଦେଖା କରନ୍ତି । ଆଜିକାଲି ଏହିପରି ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବତୀ ଚଳନ୍ତା ବାଇକ୍‌ରେ ବସି ଫ୍ଲାଇଙ୍ଗ କିସ୍ ଦେଉଥିବା ଦେଖାଯାଇଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ବାଇକ୍ ପଛରେ ବସି ଯାଉଛନ୍ତି । ହେଲେ ବାଇକ୍‌ରେ ବସିବାର ତରିକା ଟିକେ ଅଲଗା ଥିଲା । ମହିଳା ଜଣକ ପଛକୁ ମୁହଁ କରି ବାଇକ୍‌ରେ ବସି ଯାଉଥିଲେ । କେବଳ ସେତିକି ନୁହେଁ, ମହିଳା ବାଇକ୍ ପଛରେ ଆସୁଥିବା ଅନ୍ୟ ଲୋକଙ୍କୁ ଫ୍ଲାଇଙ୍ଗ୍ କିସ୍ କରୁଛନ୍ତି । ଏହି ସମୟରେ ଅନ୍ୟ ଜଣେ ଯୁବକ ମଧ୍ୟ ମହିଳାଙ୍କୁ ଫ୍ଲାଇଙ୍ଗକିସ୍ କରୁଥିବା ଦେଖିବାକୁ ମିଳିଛି । ମହିଳା ଯେଉଁ ବାଇକରେ ଯାଉଥିଲେ, ତାହାର ନମ୍ବର ପ୍ଲେଟ ନ ଥିଲା । ପୁଣି ହେଲମେଟ ବି ପିନ୍ଧି ନ ଥିଲେ ।

ଏହି ଭିଡ଼ିଓ ଭାଇରାଲ ହେବା ପରେ ଅନେକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ୟୁଜର୍ସ ଲେଖିଛନ୍ତି, ଯଦି ଜଣେ ପୁଅ ଏହା କରିଥାନ୍ତେ ତେବେ କେତେ ଏଫ୍‌ଆଇଆର ତାଙ୍କ ବିରୋଧରେ ଦାଖଲ ହୋଇଥାନ୍ତା କିନ୍ତୁ ମହିଳାଙ୍କ ପାଇଁ ନୁହେଁ ।

Comments are closed.