Latest Odisha News

ନୂଆବର୍ଷରେ ଥାନା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ଲୋକାଭିମୁଖୀ ହେବାକୁ ଆଇ.ଆଇ.ସି ଓ ଏସିପିଙ୍କୁ ପରାମର୍ଶ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। । ନୂଆବର୍ଷ ପାଇଁ ପୋଲିସ ସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଥାନା ଅଧିକାରୀଙ୍କୁ ପୋଲିସ କମିଶନର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ନିର୍ବାଚନୀ ବର୍ଷ ଥିବାରୁ ଫ୍ରି ଆଣ୍ଡ ଫେୟାର ନିର୍ବାଚନ କରିବା, ନିଶା ମୁକ୍ତ ଭାରତ ଅଭିଯାନରେ ଡ୍ରଗ୍ସ ବିରୋଧରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ସହ ପୁରଣା ମାମଲା ଗୁଡିକ କିପରି ତ୍ୱରାନ୍ୱିତ କରାଯିବ ସେ ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଥିବା କହିଛନ୍ତି ପୋଲିସ କମିଶନର । ସେହିପରି ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଅଫିସର ମାନେ ନିଜର ସୋର୍ସ ବଢ଼ାଇବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସେହିପରି ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି । ନିର୍ବାଚନବେଳେ ସୋସିଆଲ ମିଡ଼ିଆ ଜରିଆରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପଫେକ ଭିଡିଓ ବିରୋଧରେ ଭିନ୍ନ ଭିନ୍ନ ଟିମ ହୋଇ କାମ କରିବେ ଏହି ଭଲ୍ୟୁଣ୍ଟର । ଏହା ସହ ସାଇବର ଅପରାଧ ବିରୋଧରେ ତଦନ୍ତ ପାଇଁ ଗୋଟିଏ ଟିମ ପୋଲିସକୁ ମଧ୍ୟ ଟ୍ରେନିଂ ଦେବ । ସେହିପରି ଷ୍ଟ୍ରିଟ କ୍ରାଇମ ସହ ଆନ୍ତରାଜ୍ୟ ଲୁଟେରାଙ୍କୁ ଧରିବାକୁ ପୋଲିସ ନୂଆ ପ୍ଲାନ ପ୍ରସ୍ତୁତ କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

Comments are closed.