Latest Odisha News

ଭାଷା ଭାଗବତ : ଏବର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

୧. ବିଶ୍ୱ ଜ୍ଞାନର ପ୍ରସାରଣ,
ସ୍ଥାନୀୟ ଜ୍ଞାନ ସଂଚୟନ

୨. ଆପଣା କୃତି ପ୍ରକାଶନ
ଅନ୍ୟର କୃତି ବିଶ୍ଳେଷଣ

୩. ନୂତନ ଜ୍ଞାନର ସଂଧାନ
ପ୍ରାଚୀନ ଜ୍ଞାନ ସଂରକ୍ଷଣ

ଏହି ତ୍ରିସୂତ୍ରୀ କାର୍ଯକ୍ରମ
ଏଣିକି ଚାଲୁ ଅବିରାମ

କଲେ ଅଧିକ ଆଲୋଚନା
ସଭିଏଁ ହେବା ବାଟବଣା
ଅଯଥା ସରିବ ସମୟ
ଘଟିଚାଲିବ ଅବକ୍ଷୟ

କଲେ ନୂଆ ପ୍ରକାର କାମ
ମିଳିବ ଭଲ ପରିଣାମ
କୌଣସି କାମ ବାରଂବାର
କରିବା ନୁହେ ଦରକାର

ବିଶୁଦ୍ଧ ହେଲେ ନିଜ ଚିଂତା
କାମରେ ରହେ ବିଶିଷ୍ଟତା
ଚିଂତା ରୁ କର୍ମ ହୁଏ ଜାତ
କର୍ମ ହିଁ କରିପାରେ ତୃପ୍ତ

କାମରେ ହୋଇଲେ ଅଭ୍ୟସ୍ତ
ଅଭ୍ୟାସ ପାଲଟେ ଚରିତ୍ର
ଚରିତ୍ର ହୁଏ ବ୍ୟକ୍ତିଗତ
କିଛି ବି କରୁଁ ଉଦ୍‌ଭାବନ
କି ଜିଉଁ ନିଷ୍କ୍ରିୟ ଜୀବନ
ନିଶ୍ଚୟ କରୁଁ ଶବ୍ଦ-ଦାନ

ସ୍ଥିତିକୁ ନେଇ କୌତୂହଳ
ଜିଜ୍ଞାସା ପାଇଁ ଦିଏ ବଳ
ଜିଜ୍ଞାସୁ ଚଳାଏ ସଂଧାନ
ଶବ୍ଦାଦି ତା’ର ଅବଦାନ

Comments are closed.