Latest Odisha News

ମଦ ଦୋକାନ ଗୁଡିକୁ ସୀମା ପାର ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ବାଲି ନୋଳିଆ ସାହି ସୁରକ୍ଷା ସମିତି

ପୁରୀ: ପୁରୀ ବାଲି ନୋଳିଆ ସାହି ମଦ ଦୋକାନ କୁ ବିରୋଧ କରି ଜିଲ୍ଲାପାଳ ଙ୍କ ଅଫିସ୍ ଘେରିଲେ ଶତାଧିକ ମହିଳା ଓ ପୁରୁଷ । ୨୦୨୪ ରେ ଶ୍ରୀକ୍ଷେତ୍ର ସୀମା ବାହାରକୁ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଆହ୍ବାନ । ବାଲି ନୋଳିଆ ସାହି ସୁରକ୍ଷା ସମିତି ର ଯୁକ୍ତି, ଯଦି ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପାଇଁ ସୀମା ବାହାରକୁ ମଦ ଦୋକାନ ଗୁଡ଼ିକୁ ନିଆଯାଇ ପାରିଲା, ତେବେ ଶ୍ରୀକ୍ଷେତ୍ରରେ କାହିକି ନୁହେଁ !।

ପୁରୀ ବାଲି ନୋଳିଆ ସାହିରେ ରହିଥିବା ମଦ ଦୋକାନ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ସାହିର ମୁଖ୍ୟ ରାସ୍ତାରେ କାଚ ଭାଙ୍ଗି ପଡୁଥିବା ବେଳେ ମଦ ଦୋକାନ ଯୋଗୁଁ ଅସାମାଜିକଙ୍କ ଭିଡ ମଧ୍ୟ ଜମୁଛି । ଯାହାଫଳରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ସ୍ଥାନୀୟ ମହିଳା । ଏନେଇ ଆଜି ତୀବ୍ର ପ୍ରତିବାଦ ଦେଖାଦେଇଛି ।

ବାଲି ନୋଳିଆ ସହି ସୁରକ୍ଷା ସମିତି ଆଜି ଜିଲ୍ଲାପାଳ ଅଫିସ୍ ଘେରିବା ସହ ଦାବୀପତ୍ର ମଧ୍ୟ ଦେଇଛି । ସୁରକ୍ଷା ସମିତି ତରଫରୁ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ସମସ୍ତ ମଦ ଦୋକାନକୁ ସହରର ସୀମା ପାର୍ କରାଯାଉ । ନଚେତ୍ କୌଣସି ଏକ ନିର୍ଦ୍ଦିଷ୍ଟ ଚିହ୍ନିତ ଏକ ସ୍ଥାନକୁ ସମସ୍ତ ମଦ ଦୋକାନକୁ ନିଆଯାଉ ।

Comments are closed.