Latest Odisha News

ଚଢ଼ାଉ କରିବାକୁ ଯିବା ବେଳେ ଇଡି ଟିମକୁ ଆକ୍ରମଣ, ଆଗକୁ ବଢ଼ିବାକୁ ଦେଲେନି ୧୦୦ରୁ ୨୦୦ ଗ୍ରାମବାସୀ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଶୁକ୍ରବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଚଢ଼ାଉ ବେଳେ ଆକ୍ରମଣ ହୋଇଛି। ଟିଏମସି ନେତା ଶାହାଜାହାନ ଶେଖଙ୍କ ଗାଁରେ ଏହି ଘଟଣା ଘଟିଛି। ଯେଉଁଠାରେ ୧୦୦-୨୦୦ ଗ୍ରାମବାସୀଙ୍କ ଏକ ଗୋଷ୍ଠୀ ଏହି ତଦନ୍ତ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି।

ଟିଭି ରିପୋର୍ଟ ଅନୁଯାୟୀ, ରାସନ ଦୁର୍ନୀତିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ଏହି ନେତାଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିବାକୁ ଇଡି ଟିମ୍ ଏହି ଅଞ୍ଚଳରେ ପହଞ୍ଚିଥିଲା। ଗ୍ରାମବାସୀମାନେ ଇଡି ଟିମକୁ ଘେରାଉ କରିବା ସହ ଅଧିକାରୀଙ୍କ କାରର କାଚ ଭାଙ୍ଗି ଦେବା ସହ ସେମାନଙ୍କୁ ଆଗକୁ ବଢିବାକୁ ଦେଇନଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଜବାବରେ ବିଜେପି କହିଛି, ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା।

ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ସମସ୍ତଙ୍କ ବିରୋଧରେ ଅଭିଯୋଗ ଓ ଦୁର୍ନୀତି ଅଭିଯୋଗ ରହିଛି। ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ୱାଭାବିକ। ଏହା ସ୍ପଷ୍ଟ ଜଣାପଡୁଛି। ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଇଡି ଉପରେ ହୋଇଥିବା ଆକ୍ରମଣ ଦର୍ଶାଉଛି ଯେ ରୋହିଙ୍ଗ୍ୟାମାନେ ରାଜ୍ୟର ଆଇନ ଶୃଙ୍ଖଳା ପାଇଁ କ’ଣ କରୁଛନ୍ତି।

Comments are closed.