Latest Odisha News

ବାହାଘର ପାଇଁ ମନା କରିବାରୁ ଝିଅକୁ ଗୁଳି କରି ହତ୍ୟା କଲା ମାଆ

ରାଞ୍ଚି: ବାହାଘର ପାଇଁ ଅରାଜି ହେବାରୁ ଝିଅକୁ ଗୁଳିକରି ହତ୍ୟା କଲା ମା’। ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲା ବଗୋଦର ଅଞ୍ଚଳରେ ଜଣେ ମହିଳା ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅକୁ ଗୁଳି କରି ହତ୍ୟା କରିଥିବା କରିଛନ୍ତି । ବାହାଘର ପ୍ରସ୍ତାବ ନେଇ ପ୍ରବଳ ଝଗଡ଼ା ହେବାରୁ ମା’ ଏଭଳି କାଣ୍ଡ ଘଟାଇଥିବା ଜଣା ପଡିଛି।

ସୂଚନା ଅନୁଯାୟୀ, ବାପାମାଆ ଝିଅର ବିଭାଘର ଠିକ୍‌ କରିଥିଲେ। କିନ୍ତୁ, ଝିଅଟି ନିଜ ଗାଆଁର ଜଣେ ପୁଅକୁ ପ୍ରେମ କରୁଥିଲା। ତେଣୁ, ବାପାମାଆଙ୍କ ପ୍ରସ୍ତାବରେ ରାଜି ହେଲା ନାହିଁ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଆ ତାକୁ ଗୁଳି ମାରି ହତ୍ୟା କରିଥିଲେ ।

 

ପୋଲିସର କହିବା ଅନୁସାରେ, ବିବାହ ପ୍ରସ୍ତବକୁ ନେଇ ମାଆ ଓ ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳାଜଣକ ଅତି ନିକଟରୁ ନିଜ ଝିଅ ମୁଣ୍ଡକୁ ଗୁଳି ଚଳାଇଲେ। ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ଘଟିଲା। ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ମାଆ ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ଘଟଣାସ୍ଥଳକୁ ଝିଅର ମୃତଦେହକୁ ଉଦ୍ଧାର କରିଛି ପୋଲିସ ।

 

 

Comments are closed.