Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି ସାମୀ

ନୂଆଦିଲ୍ଲୀ: ଭାରତ ଟିମର ପେସ ବୋଲର ମହମ୍ମଦ ସାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ଖେଳିବେ ନାହିଁ । ଆଘାତ ସମସ୍ୟା ଯୋଗୁ ସାମୀ ଓହରି ଯାଇଛନ୍ତି । ୨୫ ଜାନୁୟାରୀରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ସାମୀ ଏ ପର୍ଯ୍ୟନ୍ତ ବୋଲିଂ ଅଭ୍ୟାସ କରି ନାହାନ୍ତି । ଏନସିଏ ଫିଟନେସ ସାବ୍ୟସ୍ତ କଲେ ସେ ଆଗକୁ ସିରଜରେ ଖେଳିବେ କି ନାହିଁ ସ୍ପଷ୍ଟ ହେବ । ଅପରପକ୍ଷରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରୁ ଓହରି ପାରନ୍ତି । ସେ ହାର୍ଣ୍ଣିଆରେ ପୀଡିତ ହୋଇଥିବାରୁ ତାଙ୍କୁ ସର୍ଜରୀର ଆବଶ୍ୟକତା ରହିଛି । ଅପରେଶନ ପରେ ସେ ଅତି କମରେ ୮ରୁ ୯ ସପ୍ତାହ ବିଶ୍ରାମ ନେଇ ପାରନ୍ତି । ଆଇପିଏଲ ପୂର୍ବରୁ ସେ ଫିଟ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି ।

ବିସିସିଆଇ ଚୟନ କମିଟି ଏ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରି ନାହାନ୍ତି । ଭାରତୀୟ ପିଚ ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ସାବ୍ୟସ୍ତ ହେଉଥିବାରୁ ସାମୀଙ୍କ ଅଭାବ ଏତେଟା ପରିଲକ୍ଷିତ ହେବ ନାହିଁ ବୋଲି ଆଶା କରାଯାଉଛି । ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜଙ୍କ ପେସର ଦଳରେ ଅଛନ୍ତି ।

Leave A Reply

Your email address will not be published.