Latest Odisha News

ଡିପଫେକ୍ ଭିଡିଓର ଶିକାର ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ପ୍ରଥମେ ଝିଅ ଆଉ ଏବେ ବାପା । ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି ।ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସଚିନଙ୍କ ଏହି ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଖୋଦ୍ ସଚିନ୍ । ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରି ଏହା ମିଛ ଭିଡିଓ ବୋଲି ସୂଚନା ଦେଇଛନ୍ତି ସଚିନ୍ ।

ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ସଚିନ୍ କହିଛନ୍ତି ଯେ, ଏହି ଭିଡିଓ ନକଲି । ଆପଣମାନଙ୍କୁ ଭ୍ରମିତ କରିବା ପାଇଁ ଏଭଳି ଭିଡିଓ ପ୍ରସ୍ତୁତ କରାଯାଇଛି । ଟେକ୍ନୋଲୋଜିର ଭୁଲ ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଯିଏ ଏଭଳି ଭିଡିଓ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ଏବଂ ସମସ୍ତେ ଏଭଳି ବିଜ୍ଞାପନରୁ ଦୂରେଇ ରହିବା ଉଚିତ ବୋଲି ସଚିନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ପ୍ରସ୍ତୁତ ହେଉଥିବା ଅନେକ ସେଲିବ୍ରିଟି ଭିଡିଓ ସାମ୍ନାକୁ ଆସିଛି। ବଲିଉଡ ପରେ ଏହାର ଛାୟା କ୍ରିକେଟ ମଇଦାନରେ ପହଞ୍ଚିଛି। ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଏକ ଆପ୍ ପ୍ରମୋଟ୍ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ସଚିନ ତେନ୍ଦୁଲକରଙ୍କ ସ୍ୱରକୁ ଡବ କରି ଏଆଇ ସାହାଯ୍ୟରେ ଏକ ନକଲି ଭିଡିଓ ପ୍ରସ୍ତୁତ କରାଯାଇଛି।

Comments are closed.