Latest Odisha News

BREAKING NEWS

ଦୁର୍ନିତୀ ଅଭିଯୋଗରେ ସେଲରୁ ୨୮ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ର ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସେଲର ୨ ବରିଷ୍ଠ ଅଧିକାରୀଙ୍କ ସମେତ ୨୮ ଅଧିକାରୀଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ୨୦୨୪ ଜାନୁଆରୀ ୧୯ ତାରିଖ ଚିଠି ଆଧାରରେ ସେଲର ବରିଷ୍ଠ ଅଧିକାରୀ ବାଣିଜ୍ୟିକ ବିଭାଗର ନିର୍ଦ୍ଦେଶକ ଭିଏସ ଚକ୍ରବର୍ତ୍ତୀ ଏବଂ ଅର୍ଥ ବିଭାଗ ନିର୍ଦ୍ଦେଶକ ଏକେ ତୁଲସିଆନିଙ୍କୁ ତତ୍କାଳ ନିଲମ୍ବନ କରାଯାଇଛି। ଏଥି ସହିତ ଇସ୍ପାତ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଅନୁଯାୟୀ ସେଲର ଅନ୍ୟ ୨୬ ଅଧିକାରୀଙ୍କୁ ମଧ୍ୟ ତତ୍କାଳ ନିଲମ୍ବନ କରାଯାଇଥିବା ସୂଚନା ରହିଛି। ଏହି ୨୬ ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ନିର୍ବାଦୀ ପାହ୍ୟାର ଅଧିକାରୀ, ଏସକେ ଶର୍ମା, ବିନୋଦ ଗୁପ୍ତା, ଅତୁଲ ମାଥୁର, ଆରଏମ ସୁରେଶ ରହିଥିବା ସୂଚନା ରହିଛି।

ସେଲର ଏହି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଥିଲା। ଏହାର ତଦନ୍ତ ପାଇଁ କେନ୍ଦ୍ର ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ତତ୍କାଳ ନିଲମ୍ବନ ପାଇଁ ଇସ୍ପାତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ଏପରି ବଡ଼ ଧରଣର ନିଲମ୍ବନ ନିର୍ଦ୍ଦେଶନାମା ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ଏହା ବ୍ୟତୀତ ଆହୁରି ବଡ଼ ବଡ଼ ଅଧିକାରୀ ବି ସିବିଆଇ ସ୍କାନରରେ ରହିଥଇବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ପ୍ରସଙ୍ଗରେ ସେଲ ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ କହିଛନ୍ତି ଯେ କମ୍ପାନୀର ବ୍ୟବସାୟ ସ୍ୱାଭାବିକ ଭାବରେ ଜାରି ରହିଛି। ଏହା କମ୍ପାନୀର ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ। କର୍ପୋରେଟ ଅନୁଶାସନ ଓ ନୈତିକ ଆଚରଣର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ଆମେ ଉତ୍ସର୍ଗୀକୃତ। ଗୁଣବତ୍ତା ଏବଂ ଗ୍ରାହକ ସନ୍ତୁଷ୍ଟି ଉପରେ ଦୃଢ ଧ୍ୟାନ କେନ୍ଦ୍ରିତ ପୂର୍ବକ ଶିଳ୍ପ ଜଗତରେ ସେଲ ସୁଦୃଢ ରହିଛି।

Comments are closed.