Latest Odisha News

BREAKING NEWS

ଭାରତର ଏହି ସ୍ଥାନ ହେଉଛି ରାବଣର ଶ୍ୱଶୁର ଘର !

ଭୁବନେଶ୍ୱର: ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିବା କାରଣରୁ ଆଜି ପାଳନ ହେଉଛି ବିଜୟାଦଶମୀ । ମାଆ ଦୁର୍ଗାଙ୍କ ଠାରୁ ଆର୍ଶୀବାଦ ଲାଭ କରି ଶ୍ରୀରାମଚନ୍ଦ୍ର ଆଜିର ଦିନରେ ଲଙ୍କାପତି ରାବଣକୁ ବଦ୍ଧ କରିଥିଲେ । ଯୁଗେଯୁଗେ ଧର୍ମ ଅଜୟ ବୋଲି ଦର୍ଶାଇବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ ହୁଏ ରାବଣ ପୋଡି ।

ରାବଣର ନାଁ ଶୁଣିଲେ ସ୍ୱର୍ଣ୍ଣଲଙ୍କାର ଚିତ୍ର ମନକୁ ଆସିଥାଏ । ତେବେ କଣ ଆପଣ ଜାଣିଛନ୍ତି ଲଙ୍କାପତି ରାବଣର ମଧ୍ୟପ୍ରଦେଶ ‘ମନ୍ଦସୌର’ ସହ ଥିଲା ଖାସ୍‌ ସମ୍ପର୍କ ! ମନ୍ଦସୌରର ପୁରାତନ ନାଁ ‘ଦଶପୁର’ ଥିଲା।

ମନ୍ଦସୌରର ଖାନପୁରଠାରେ ଆଜିବି ରାବଣଙ୍କ ପ୍ରତିମା ଅଛି। ଏହି ପ୍ରତିମା ବହୁତ ପୁରାତନ । ଏଠାକାର ଲୋକଙ୍କ ବିଶ୍ୱାସ ଅନୁଯାୟୀ ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବାପଘର ମନ୍ଦସୌରରେ (ଦଶପୁର) ଥିଲା। ଯେଉଁ କାରଣରୁ ଏଠାକାର ଲୋକମାନେ ରାବଣକୁ ଜ୍ୱାଇଁ ବୋଲି ମାନନ୍ତି।

ଦଶହରାରେ ରାବଣର ପୁତ୍ତଳିକାକୁ ପୋଡି ଅଧର୍ମର ଅନ୍ତ କରାଯାଉଥିବା ବିଶ୍ୱାସ ରହିଥିବାବେଳେ ମନ୍ଦସୌରରେ ରାବଣର ବର୍ଷସାରା ପୂଜା ହୋଇଥାଏ।

ମନ୍ଦସୌର ଖାନପୁରରେ ରାବଣର ଏକ ୪୧ ଫୁଟ୍‌ ଉଚ୍ଚର ପ୍ରତିମା ରହିଛି। ଏହି ପ୍ରତିମା ପ୍ରାୟ ୪୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ଏଠାକାର ଲୋକମାନେ ରାବଣଙ୍କ ପତ୍ନୀ ମନ୍ଦୋଦରୀକୁ ଝିଅ ବୋଲି ମାନନ୍ତି। ଏହି କାରଣରୁ ଏଠାକାର ସ୍ତ୍ରୀ ଲୋକମାନେ ଯେତେବେଳେ ରାବଣର ପ୍ରତିମା ବାଟ ଦେଇ ଯାନ୍ତି ସେତେବେଳେ ମଥାରେ ଓଢ଼ଣୀ ଦେଇ ଯାଆନ୍ତି ।

ଦଶହରା ଦିନ ସକାଳୁ ଏଠାରେ ଲୋକମାନେ ରାବଣଙ୍କର ପ୍ରତିମାକୁ ପୂଜା କରିଥାନ୍ତି ଏବଂ ସଂଧ୍ୟାରେ ରାବଣର ପୁତ୍ତଳିକାକୁ ପୋଡି ବଦ୍ଧ କରାଯାଇଥାଏ। ଏହାପରେ ମହିଳାମାନେ ରାବଣର ପୋଡି ଯାଉଥିବା ପୁତ୍ତଳିକା ଉପରକୁ ପଥର ମଧ୍ୟ ଫୋପାଡିଥାନ୍ତି।

Comments are closed.