Latest Odisha News

BREAKING NEWS

‘ଦଶାନନ’ ଅବତାରରେ ନଜର ଆସିଲେ ସୈଫ ଅଲ୍ଲୀ ଖାନ

ମୁମ୍ବାଇ: ଦଶହରାର ଅବସରରେ ରିଲିଜ ହୋଇଛି ସୈଫ୍‌ଅଲ୍ଲୀ ଖାନଙ୍କ ଆଗମୀ ଫିଲ୍ମ ‘ଲାଲ କପ୍ତାନ’ର ପୋଷ୍ଟର ।

ଏହି ପୋଷ୍ଟରରେ ସୈଫ୍‌ଙ୍କୁ ୧୦ଟି ମୁଣ୍ଡ ଥିବା ଦଶାନନ ଲୁକ୍‌ରେ ଦେଖିବାକୁ ମିଳୁଛି। ପୂର୍ବରୁ ରିଲିଜ୍‌ ହୋଇଥିବା ଆଉ ଏକ ପୋଷ୍ଟରରେ ସୈଫ୍‌ଙ୍କ ନାଗା ସାଧୁ ଲୁକ୍‌ ଦେଖିବାକୁ ମିଳିଥିଲା।

ଯେଉଁଥିରେ ସେ ମୁଣ୍ଡରେ ଲାଲ ରଙ୍ଗର କପଡ଼ା ବାନ୍ଧିଥିବା ବେଳେ ମଥାରେ ତିଲକ, ମୁହଁରେ ଭସ୍ମ, ଲମ୍ବା ଦାଢ଼ୀ ଏବଂ ଜଟା ଥିବା ଲୁକ୍‌ରେ ଦେଖିବାକୁ ମିଳିଥିଲା।

ଏହି ଫିଲ୍ମଟିର ନିର୍ଦ୍ଦେଶନା ନବଦୀପ ସିଂହ ଦେଇଛନ୍ତି।

Comments are closed.