Latest Odisha News

୬୬ତମ ଗ୍ରେମୀ ଆୱାର୍ଡ: ଫ୍ୟୁଜନ ବ୍ୟାଣ୍ଡ୍ ‘ଶକ୍ତି’କୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନୀ ‘ଗ୍ରେମୀ’ରେ ଭାରତକୁ ମିଳିଛି ଆୱାର୍ଡ । ୬୬ତମ ଗ୍ରେମୀ ଆୱାର୍ଡରେ ଶଙ୍କର ମହାଦେବନ୍ ଏବଂ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ୍ ‘ଶକ୍ତି’କୁ ମିଳିଛି ପୁରସ୍କାର। ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଆୱାର୍ଡାରେ ପୁରସ୍କୃତ ହୋଇଛି ‘ଶକ୍ତି’ ବ୍ୟାଣ୍ଡ। ଏହି ବ୍ୟାଣ୍ଡର ଲାଟେଷ୍ଟ ଆଲବମ୍ ‘ଦିସ୍ ମୋମେଣ୍ଟ’ ପାଇଁ ଗ୍ରେମୀ ଆୱାର୍ଡ ମିଳିଛି।

ଏହି ଆଲବମ୍‌କୁ ପ୍ରସ୍ତୁତ କରିବାରେ ମ୍ୟୁଜିକ୍ ଗ୍ରୁପ୍ ସଂସ୍ଥାପକ ସଦସ୍ୟ ଗିଟାର ବାଦକ ଜନ୍ ମ୍ୟାକଲାଙ୍ଘଲିନଙ୍କ ସହିତ ଜାକୀର ହୁସେନ, ଶଙ୍କର ମହାଦେବନ, ଭାଓଲିନ ବାଦକ ଗଣେଶ ରାଜଗୋପାଳନ ପ୍ରମୁଖ ସାମିଲ ରହିଛନ୍ତି । ଦୀର୍ଘ ୪୫ ବର୍ଷ ପରେ ଶକ୍ତି ବ୍ୟାଣ୍ଡ ନିଜର ପ୍ରଥମ ଆଲବମ୍ ରିଲିଜ୍ କରିଥିଲା। ଆଉ ଶେଷରେ ବିଶ୍ୱର ଏହି ସର୍ବଶ୍ରେଷ୍ଠ ମ୍ୟୁଜିକ୍ ଆୱାର୍ଡରେ ସମ୍ମାନିତ ହୋଇଛି।୧୯୭୩ ମସିହାରେ ଇଂରାଜୀ ଗୀତାର ବାଦକ ଜନ୍ ମ୍ୟାକଲୋଲିନ୍, ଭାରତୀୟ ଭାୟୋଲିନ ବାଦକ ଏଲ. ଶଙ୍କର, ତବଲା ବାଦକ ଜାକିର ହୁସେନ ଏବଂ ଟି.ଏଚ. ବିକ୍କୁ ବିନାୟକରାମଙ୍କ ସହ ମିଶି ଫ୍ୟୁଜନ ବ୍ୟାଣ୍ଡ ଶକ୍ତିର ଆରମ୍ଭ କରିଥିଲେ।

ଗତକାଲି ଲସ୍ ଏଞ୍ଜେଲ୍ସରେ ଗ୍ରେମୀ ଆୱାର୍ଡ ଆୟୋଜନ କରାଯାଇଥିଲା। ଶଙ୍କର ମହାଦେବନ ଏବଂ ଜାକିର ହୁସେନଙ୍କ ସମେତ ତାଙ୍କ ଟିମ୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଶଙ୍କର ମହାଦେବନ ସଂଗୀତ ଶିଳ୍ପର ସର୍ବଶ୍ରେଷ୍ଠ ପୁରସ୍କାର ଗ୍ରେମୀ ଆୱାର୍ଡ ବିଜୟୀ ହେବା ପରେ ଖୁସିବ୍ୟକ୍ତ କରିଛନ୍ତି। ଶକ୍ତି ବ୍ୟାଣ୍ଡ ଜନ୍ ମ୍ୟାକ୍ ଲୋଗଲିନ୍, ଜାକିର ହୁସେନ୍, ଶଙ୍କର ମହାଦେବନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜାଗୋପାଲାନଙ୍କ ସହଯୋଗରେ ପ୍ରସ୍ତୁତ ହୋଇଥିଲା ‘ଶକ୍ତି’।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତ ‘ଆବଣ୍ଡାନ୍ସ ଇନ୍ ମିଲେଟସ୍‌’ ଗ୍ରାମୀ ଆୱାର୍ଡସ୍ ୨୦୨୪ ରେସରୁ ବାଦ ପଡିଛି। ତେବେ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍ ପରଫର୍ମାନ୍ସ କାଟାଗୋରୀରେ ୮ ନୋମିନେସନ ଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତ ‘ଆବଣ୍ଡାନ୍ସ ଇନ୍ ମିଲେଟସ୍‌’ ବି ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଭାରତୀୟ ଆମେରିକୀୟ ଗାୟକ ଫାଲୁଙ୍କ ସହିତ ମିଶି ମାଣ୍ଡିଆରୁ ମିଳୁଥିବା ଲାଭ ଉପରେ ଏହତ ଗୀତ ଲେଖିଥିଲେ ଯାହା ୨୦୨୪ ଲାଗି ବେଷ୍ଟ ଗ୍ଲୋବାଲ ମ୍ୟୁଜିକ କାଟାଗୋରୀରେ ନୋମିନେଟ୍ ହୋଇଥିଲା । କିନ୍ତୁ ଏହି କାଟାଗୋରୀରେ ଆୱାର୍ଡ ଜାକୀର ହୁସେନ ଜିତି ଯାଇଛନ୍ତି ।

Comments are closed.