Latest Odisha News

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର 

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବେଲପଡ଼ା ଥାନା କାନୁଟ ଗାଁରେ ଘଟିଛି ଏଭଳି ଅଘଟଣ ।

ସୂଚନା ଅନୁସାରେ, ସ୍ଥାନୀୟ କାନୁଟ ଗାଁ ଉପର ପଡାଠାରେ ଅଘଟଣ ଘଟିଛି। ଘରର ସବୁ ଲୋକ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ଯୋଗୁଁ  ୫ଜଣ ମହିଳା ଓ ଜଣେ ପୁରୁଷ ଜଳିଯାଇଛନ୍ତି। ମୋଟ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ଅଣାଯାଇଥିଲା ।ପରେ ବଲାଙ୍ଗିର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ଥାନାନ୍ତର କରା ଯାଇଛି। କେଉଁ ପରିସ୍ଥିତିରେ ବିସ୍ପୋରଣ ହେଲା ତାହା ଜଣା ପଡିନି।

Comments are closed.