ନୋଏଡା: ସକାଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ହୁତୁ ହୁତୁ ହୋଇ ଜଳିଗଲା କାର୍ ଓ ବସ୍ । ଜୀଅନ୍ତା ଜଳିଗଲେ କାର୍ ଥିବା ୫ଜଣ । ଉତ୍ତରପ୍ରଦେଶର ମଥୁରାସ୍ଥିତ ଯମୁନା ଏକ୍ସପ୍ରେସୱେର ୧୧୭ ନମ୍ବର ମାଇଲଖୁଣ୍ଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁ୍ର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଜି ସକାଳୁ ଆଗ୍ରା ରୁ ନୋଏଡା ଅଭିମୁଖେ ଯାଉଥିବା ବେଳେ ମଥୁରାସ୍ଥିତ ଯମୁନା ଏକ୍ସପ୍ରେସୱେର ୧୧୭ ନମ୍ବର ମାଇଲଖୁଣ୍ଟ ନିକଟରେ ଛିଡା ହୋଇଥିବା ଏକ ବସ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା କାର୍ ଟି । ଫଳରେ ବସ୍ ଏବଂ କାର୍ ରେ ଭୀଷଣ ନିଆଁ ଲାଗିଯାଇଥିଲା । କାର୍ ରେ ନିଆଁ ଲାଗିବା ଫଳରେ କାର୍ ରେ ବସିଥିବା ୫ଜଣ ଜୀଅନ୍ତା ଜଳି ଯାଇଥିଲେ । କାର୍ ଏବଂ ବସ୍ ଦୁଇଟି ଯାକ ଜଳି ପୋଡି ପାଉଁଷ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.