Latest Odisha News

ନୂଆ-ଓ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ଠାରୁ ଛାତ୍ରବୃତ୍ତି ପାଇବେ ଛାତ୍ରଛାତ୍ରୀ

ଯାଜପୁର: ନୂଆ-ଓ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ଠାରୁ ଛାତ୍ରବୃତ୍ତି ପାଇବେ ପ୍ଲସ୍ ୨ ଓ ପ୍ଲସ୍ ୩ ଛାତ୍ରଛାତ୍ରୀ । ଏନେଇ ଯାଜପୁର ଏନସି କଲେଜରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଘୋଷଣା କରିଛନ୍ତି 5T ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍ । ପୁଅମାନେ ପ୍ରତ୍ୟେକ ୯୦୦୦ ଟଙ୍କା ପାଇବାକୁ ଥିବା ବେଳେ ଝିଅମାନେ ୧୦,୦୦୦ ଟଙ୍କା ପାଇବେ ।

ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ପିତାମାତା ଆୟକର ଦିଅନ୍ତି କିମ୍ବା ସ୍ଥାୟୀ ସରକାରୀ କର୍ମଚାରୀ, ସେମାନେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବେ ନାହିଁ ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ୍ । ଫେବୃଆରୀ ୨୦ ରୁ ୨୫ ମଧ୍ୟରେ ସରକାର ଛାତ୍ରବୃତ୍ତି ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ । ସାରା ଦେଶରେ ଓଡିଶା ପ୍ରଥମ ଯେଉଁଠାରେ ପ୍ରୟତଃ ୯୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଆଜି ପର୍ଯ୍ୟନ୍ତ ପୁରା ଦେଶର କେଉଁ ରାଜ୍ୟରେ ଏପରି ଐତିହାସିକ ଘୋଷଣା କରାଯାଇନି ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ୍ ।

ସୂଚନାଯୋଗ୍ୟ ଯେ, ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଯାଜପୁର କୁସୁମା ପଡ଼ିଆରେ ଓହ୍ଲାଇବା ପରେ ପ୍ରଥମେ ଏନ ସି କଲେଜ ପରିସରରେ ଅନୁଷ୍ଠିତ “ନୂଆ ଓ” କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶ୍ରୀ ପାଣ୍ଡିଆନ । ଏହା ପରେ କୁସୁମା ପଡିଆ ରେ ଏକ ଦଳୀୟ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

 

Comments are closed.