Latest Odisha News

BREAKING NEWS

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ, ୭ ଆହତ

କେନ୍ଦୁଝର: ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପିକନିକ୍ ପାର୍ଟି ନେଇ ଯାଉଥିବା ଏକ ଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଘଟଗାଁ ନିକଟସ୍ଥ କାଳିମାଟି ଡ୍ୟାମକୁ ପିକନିକ କରିବାକୁ ଯାଇଥିବା ଏହି ଭ୍ୟାନକେ ୮ ଜଣ ଯାତ୍ରୀ ଥିଲେ। ଅପରାହ୍ନରେ ସେମାନେ ଫେରୁଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବାହାରତିପୁରା-ନାକଝରି ରାସ୍ତାର ଘଟଗାଁ କଲେଜ ଛକ ନିକଟରେ ଗଛରେ ପିଟି ହୋଇଯାଇଥିଲା।

ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ସହରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେମାନେ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତକ ହେଲେ ଘଟଗାଁ ବ୍ଲକ ଅନ୍ତର୍ଗତ ବିନାଝରୀ ଗ୍ରାମର ଅଭିମନ୍ୟୁ ପାତ୍ର ଓ ଉପରାଡିହା ଗ୍ରାମର ସମାଦ ଖାଁ।

Comments are closed.