କୋରାପୁଟ: କୋରାପୁଟରୁ ବ୍ରହ୍ମପୁର ଅଭିିମୁଖେ ଆସୁଥିବା ଏକ ବସ୍ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪୩ ଜଣ ଆହତ ହୋଇଛନ୍ତି। ପାହାଡ଼ିଆ ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ିଛି।
କୋରାପୁଟ ଜିଲ୍ଲା ମନବାର ଓ ମସ୍ତିପୁଟ ପଞ୍ଚାୟତ ଠାରୁ ପୁରୀ ଅଭିମୁଖେ ଯାଉଥିବା ସଂଗୀତା ନାମକ ଯାତ୍ରୀବାହୀ ବସ ଯାହାର ନମ୍ବର OG 17 KW 9347 ରହିଛି। ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବାବେଳେ ପ୍ରାୟ ୧୫ ରୁ ଉର୍ଦ୍ଧ ଆହତ ହୋଇଥିବା ଜଣାପଡିଛି। ଗୁରୁତର ମାନେ ହେଲେ ପି. ରିଣ୍ଟୁ କୁମାର, ମାଧବ ଖୋସଲା, ରାମଚନ୍ଦ୍ର ପାଙ୍ଗି, ଆଞ୍ଜୁଳା ବାଗ। ଏହି ତୀର୍ଥଯାତ୍ରୀ ବସରେ ପ୍ରାୟ ୪୫ଜଣ ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ପୁରୀ ଯାଉଥିଲେ।
ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ଚିକିତ୍ସା ପାଇଁ ନିକଟସ୍ଥ ଦିଗପହଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଆହତ ଯାତ୍ରୀମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛି।
ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଦିଗପହଣ୍ଡି ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ଦିଗପହଣ୍ଡି ପୋଲିସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ତଦାରଖ କରୁଥିବା ବେଳେ ପାଟପୁର ପୋଲିସ ଦୃଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।
Comments are closed.