Latest Odisha News

BREAKING NEWS

ଭୟଙ୍କର ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିଲା। ଏହାର କେନ୍ଦ୍ରବିନ୍ଦୁ କାର୍ଗିଲର ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଥିବା ଜଣାପଡ଼ିଛି​। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରେ ୧୦ କିଲୋମିଟର ଗଭୀରରେ ଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଶ୍ରୀନଗରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପରେ କେଉଁ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଶ୍ରୀନଗରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପରେ କେଉଁ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମାଡିଆ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଜାମ୍ମୁ କାଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଶୁକ୍ରବାର ଦିନ, ଶ୍ରୀନଗର ଏବଂ ଗୁଲମର୍ଗ ସମେତ କେତେକ ଅଞ୍ଚଳରେ ରିକ୍ଟର ସ୍କେଲରେ ୩.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।

Comments are closed.