Latest Odisha News

କଳାଯାଦୁ ବାହାନାରେ ଆଇନ ଛାତ୍ରୀଙ୍କୁ ବରିଷ୍ଠ ସହଯୋଗୀ ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର: କଳାଯାଦୁ ଅଭ୍ୟାସ କରିବା ବାହାନାରେ ଆକ୍ରମଣ ଅଭିଯୋଗ। ହଷ୍ଟେଲ ପରିସରରେ ରାଜଧାନୀର ଏକ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଆଇନ ଛାତ୍ରୀ ତାଙ୍କ ତିନି ଜଣ ବରିଷ୍ଠ ରୁମ୍ ମେଟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲାର ବାସିନ୍ଦା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଫେବ୍ରୁଆରି ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଲଗାତାର ତିନି ଦିନ ଧରି ଅଭିଯୁକ୍ତମାନେ ହଷ୍ଟେଲ ରୁମରେ ରାତି ସାଢ଼େ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ତାଙ୍କୁ ନିର୍ମମ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଆକ୍ରମଣରେ ତାଙ୍କ ବାମ କାନ୍ଧରେ ଓ ଦାନ୍ତରେ ଆଘାତ ଲାଗିଛି।

ଏହି ଘଟଣା ତାଙ୍କ ପାଠପଢାକୁ ମଧ୍ୟ ପ୍ରଭାବିତ କରିଛି ଏବଂ ସେ ୬ ମାସର ପାଠପଢ଼ାରୁ ବଞ୍ଚିତ ହୋଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ପୀଡ଼ିତା ନ୍ୟାୟ ପାଇଁ ଅନୁଷ୍ଠାନର ଶୃଙ୍ଖଳା କମିଟିର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ମଙ୍ଗଳବାର ଶୁଣାଣିରେ ଯୋଗ ଦେଇନଥିଲେ। ଏହାପରେ ସେ ଓ ତାଙ୍କ ପରିବାର ଲୋକେ ବୁଧବାର ଭରତପୁର ଥାନାରେ ୩ ଜଣ ଛାତ୍ରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ ଆଇପିସିର ଧାରା ୩୨୩ ଓ ୩୪୧ ଅନୁଯାୟୀ ଏକ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି।

Comments are closed.