Latest Odisha News

BREAKING NEWS

ନବରଙ୍ଗପୁରରେ ରାଜନାଥଙ୍କ ଦମ୍ଭୋକ୍ତି, ‘ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର’

ନବରଙ୍ଗପୁର: ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁରରେ ଆୟୋଜିତ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଦରକାର । କେନ୍ଦ୍ରରେ ତ ଆମ ସରକାର ହେବ, ଓଡିଶାରେ ମଧ୍ୟ ଆମ ସରକାର ହେବ ।

ରାଜନାଥ ଆହୁରି କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି । ବିଜେପି ହେଉଛି ଏକମାତ୍ର ପାର୍ଟି, ଯାହା କହେ ସେୟା କରେ । କହିଥିଲୁ ୩୭୦ ଧାରା ଉଠାଇବୁ, ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଠାଇଲୁ । ତିନ୍‌ ତଲାକ୍‌ ଉଠାଇବା ନେଇ ପ୍ରତିଶୃତି ଦେଇଥିଲୁ, ତାହା ମଧ୍ୟ ଆମେ ରକ୍ଷା କଲୁ । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ପୁଲୱାମା ଘଟଣା ପରେ ଆତଙ୍କବାଦ ଓ ନକ୍ସଲବାଦ କମିଛି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି’ ।

ଅନ୍ୟପଟେ କଂଗ୍ରେସ ଉପରେ ବର୍ଷିଛନ୍ତି ରାଜନାଥ । ସେ କହିଛନ୍ତି ଯେ, ‘ଲମ୍ବା ସମୟ ଧରି କଂଗ୍ରେସ ଦେଶର ଶାସନ କ୍ଷମତାରେ ରହିଥିଲା । କଂଗ୍ରେସ ସରକାର ସହ ଯୋଡିହୁଅ, ଦେଶରୁ ଗରିବି ହଟାଅ । ହେଲେ କୌଣସି ସୁଫଳ ମିଳିନାହିଁ, ବିଶେଷକରି ଗରିବ ଲୋକଙ୍କୁ ଧୋକା ଦେଇଛି କଂଗ୍ରେସ । ମୋଦି ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ, ୪ କୋଟିଙ୍କୁ ପକ୍କା ଘର ମିଳିଛି । ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳୁଛି’ । ନୀତି ଆୟୋଗର ତଥ୍ୟ ଅନୁସାରେ, ଗତ ୯ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ରତା ସୀମାରେଖାରୁ ବାହାରିଛନ୍ତି । ଆଉ ସେମାନଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ବି ଆସିଛି ।

ରାଜନାଥ କହିଛନ୍ତି, ‘ଓଡ଼ିଶାରେ କଂଗ୍ରେସ ସରକାର ଅମଳରେ କେବଳ ଶିଳାନ୍ୟାସ ହେଉଥିଲା । ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ, କାର୍ଯ୍ୟ ପୂରଣ କରୁଛନ୍ତି । ଯେଉଁଠି ଶିଳାନ୍ୟାସ, ସେଇଠି କାମ ସାରି ଉଦଘାଟନ ବି କରୁଛନ୍ତି’।

ନବରଙ୍ଗପୁର ପରେ ପ୍ରତିରକ୍ଷା ମନ୍ତ୍ରୀ ବ୍ରହ୍ମପୁରକୁ ଯିବେ । ସେଠାରେ ଆମ୍ବପୁଆ ସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ରାଜାଥ ସ୍ବତନ୍ତ୍ର ହେଲିକପ୍ଟଟ ଯୋଗେ ମୟୂରଭଞ୍ଜ ଅଭିମୁଖେ ବାହାରିବେ । ସେଠାରେ ମଧ୍ୟ ବିଜେପିର କୋର୍ କମିଟି ବୈଠକରେ ଯୋଗ ଦେବେ ।

 

Leave A Reply

Your email address will not be published.