ନୂଆଦିଲ୍ଲୀ: ଏକ ନୂତନ ଷ୍ଟଡିରେ ଚନ୍ଦ୍ରକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏହି ଷ୍ଟଡିରେ ଚନ୍ଦ୍ରର ଆକାର କମୁଥିବା ଉଲ୍ଲେଖ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଧିରେ ଧିରେ ଥଣ୍ଡା ହେବାରେ ଲାଗୁଛି ଫଳରେ ଏହାର ଆକାର ହ୍ରାସ ପାଉଛି । ଏହି କାରଣ ଯୋଗୁ ଚନ୍ଦ୍ରରେ ଭୂକମ୍ପ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଘଟିବାରେ ଲାଗିଛି । ଦକ୍ଷିଣ ଧ୍ରୁବ ଅଂଚଳରେ ଏହି ସମସ୍ୟା ମଧ୍ୟ ଦେଖା ଦେଉଛି । ଯେଉଁଠାରେ ଭାରତର ଚନ୍ଦ୍ରାଯାନ ୩ ଲ୍ୟାଣ୍ଡ କରିଥିଲା । ଆମେରିକା ମଧ୍ୟ ଏଠାକୁ ଆର୍ଟିମିସ ୩ ପଠାଇବା ପାଇଁ ଯୋଜନା କରୁଛି । ପ୍ଲେନେଟେରୀ ସାଇଂସ ଜର୍ଣ୍ଣାଲରେ ଏହି ଷ୍ଟଡି ପ୍ରକାଶ ପାଇଛି । ପ୍ରାୟ ଏକ ଲକ୍ଷ ବର୍ଷ ମଧ୍ୟରେ ଏହା ୧୫୦ ଫିଟ କମିଯାଇଛି ।
ବୈଜ୍ଞାନିକଙ୍କ କହିବା ଅନୁସାରେ ଚନ୍ଦ୍ରର ସଂରଚନା ତ୍ରୁଟି ଯୋଗୁ ଏହି ସମସ୍ୟା ଦେଖା ଦେଉଛି । ଏଷ୍ଟରଏଡ ଓ ଧୂମକେତୁ ମଧ୍ୟରେ ସଂଘର୍ଷ ଯୋଗୁ ଏହାର ନିର୍ମାଣ ହୋଇଥିଲା । ମଧ୍ୟ ଭାଗ ଏହାର ସର୍ବଦା ଗରମ ରହିଥାଏ, ଏବେ ଏହା ଥଣ୍ଡା ହେବାକୁ ଲାଗୁଛି । ଯାହା ଫଳରେ ଆଉ କିଛି ଲକ୍ଷ ବର୍ଷ ପରେ ଚନ୍ଦ୍ର ଆଈ ମା କାହାଣୀ ପରି ହଜି ନ ଯିବ କହି ହେବନି । ତେବେ ମୁନ ମିଶନରେ ଏ ନେଇ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।
Comments are closed.