Latest Odisha News

BREAKING NEWS

ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍, ଭାଇରାଲ ହେଉଛି ଇଣ୍ଡିଆ ଗେଟ୍ ର ଏଆଇ ଫଟୋ

ନୂଆଦିଲ୍ଲୀ; ଆପଣ ମାନେ ଇଣ୍ଡିଆ ଗେଟ୍ ତ ନିଶ୍ଚୟ ଦେଖିଥିବେ । ସତରେ ନ ହେଲେ ବି ଟିଭିରେ । କିନ୍ତୁ ଦେଖିଥିବେ ତ ନିଶ୍ଚୟ । ବେଳେ ବେଳେ ମନକୁ ଅଜବ ପ୍ରକାରର କଥା ଆସିଥାଏ । କେବେ ଆପଣଙ୍କ ମନକୁ ଆସିଛି କି ଯଦି ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍ ନିର୍ମାଣ କରାଯାଇଥାଆନ୍ତା ତେବେ ତାହା କିପରି ଦେଖାଯାଇଥାଆନ୍ତା । ବର୍ତ୍ତମାନର ଏଆଇ ଯୁଗରେ ସବୁ ସମ୍ଭବ । ଆପଣଙ୍କ ଭାବନାକୁ ସତରେ ପରିଣତ କରିବାକୁ ଏଆଇ ସବୁ ପ୍ରକାରର ଚେଷ୍ଟା କରୁଛି ।

ଯେପରି ମଝିରେ ବାହୁବଳୀ ଫେମ୍ ଅଭିନେତା ପ୍ରଭାସ ଓ ଅନୁଷ୍କାଙ୍କ ସହ ଏକ ଛୋଟ ପିଲାର ଫଟୋ ଏଆଇ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା । ଯାହାକୁ ଅନେକ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବହୁ ପ୍ରଶଂସକ ସେମାନଙ୍କୁ ରିଅଲ ଲାଇଫରେ ଏପରି ଦେଖିବାକୁ ଚାହୁଁଥିଲେ । ମାତ୍ର ରିଅଲ ନ ହେଲେ ବି ରିଲ୍ ଭାବରେ ତାହା ସତ କରିଥିଲା ଏଆଇ । ସେହିପରି ଏଆଇ ଦ୍ଵାରା ନିର୍ମିତ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଫଟୋଟିରେ ଇଣ୍ଡିଆ ଗେଟ୍ କୁ ସମୁଦ୍ର ମଝିରେ ରଖାଯାଇଛି ।

ବାସ୍ତବରେ ଇଣ୍ଡିଆ ଗେଟ୍ ପାଖରେ ଏବେ ଏକ ପାର୍କ ଅଛି, କର୍ତ୍ତବ୍ୟ ପଥ ଅଛି ଏପରିକି ଅନେକ ସରକାରୀ ଅଫିସ ମଧ୍ୟ ରହିଛି । ସେଠାରେ ଥିବା କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଏବଂ ସ୍ଵାଧିନତା ଦିବସରେ ପ୍ୟାରେଡ୍ ହୁଏ ଏବଂ ସେଠାରେ ଥିବା ପାର୍କକି ଅନେକ ଲୋକ ବୁଲାବୁଲି ପାଇଁ ଯାଇଥାଆନ୍ତି । ଏହା ସହ ଆଖ ପାଖରେ ଅନେକ ରାସ୍ତା ମଧ୍ୟ ରହିଛି । ତେବେ ଯଦି ଏହି ଇଣ୍ଡିଆ ଗେଟ୍ ସମୁଦ୍ର କୁଳରେ ହୋଇଥାଆନ୍ତା ତେବେ ଏଠାରେ ରାସ୍ତା କମ୍ ସମୁଦ୍ର ବେଶୀ ଥାଆନ୍ତା । ତେବେ ନଜର ପକାନ୍ତୁ ଏଆଇ ଦ୍ଵାରା ପ୍ରସ୍ତୁତ ଏହି ଫଟୋ ଉପରେ । ଏଆଇ ଦ୍ଵାରା ତିଆରି ହୋଇଥିବା ଏହି ଫଟୋ ଅତି ସୁନ୍ଦର ଦେଖାଯାଉଛି । ଏହି ଫଟୋକୁ ଦେଖିଲେ ଏପରି ଲାଗୁଛି ସତେ ଯେପରି ସମୁଦ୍ରପାଣି ଇଣ୍ଡିଆ ଗେଟର ପାଦ ଛୁଇଁ ସେହି ସହିଦ ମାନଙ୍କୁ ସମ୍ମାନ ଜଣାଉଛି ଯେଉଁ ମାନଙ୍କ ସ୍ମୃତିରେ ଏହା ନିର୍ମାଣ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପ୍ୟାରିସର ଆର୍କ ଡି ଟ୍ରାଇମ୍ଫେ ଦ୍ୱାରା ଅନୁପ୍ରାଣିତ ଏବଂ ଏହା ୧୯୩୧ ମସିହାରେ ନିର୍ମିତ ହୋଇଥିଲା | ଏହାର ଉଚ୍ଚତା ୪୨ ମିଟର ଏବଂ ପ୍ୟାରିସରେ ଅବସ୍ଥିତ ‘ଆର୍କ ଡି ଟ୍ରାଇମ୍ଫେ’ ସହିତ କିଛି ମାତ୍ରାରେ ସମାନ |

 

Comments are closed.