ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି ।
ମୋଦି କହିଛନ୍ତି,‘‘ ମୋ ପରିବାର ଯୋଗୁଁ ବିରୋଧୀ ମୋତେ ଟାର୍ଗେଟ୍ କରିଥିଲେ । କିନ୍ତୁ ବର୍ତ୍ତମାନ ସମଗ୍ର ଦେଶ କହୁଛି ଯେ ମୁଁ ମୋଦିଙ୍କ ପରିବାର । ମୋ ଜୀବନ ଏକ ଖୋଲା ପୁସ୍ତକ ପରି । ଦେଶର ଲୋକମାନେ ଏହା ବିଷୟରେ ଜାଣିଛନ୍ତି । ଯେତେବେଳେ ମୁଁ ପିଲାଦିନେ ଘରୁ ବାହାରିଥିଲି, ସେତେବେଳେ ମୁଁ ଏକ ସପ୍ନ ଦେଖି ବାହାରକୁ ଆସିଥିଲି ଯେ ମୁଁ ଦେଶବାସୀଙ୍କ ପାଇଁ ବଞ୍ଚିବି । ଏହି ଦେଶର ୧୪୦ କୋଟି ଲୋକ ମୋ ପରିବାର…ମୋ ଭାରତ, ମୋ ପରିବାର।’’
ମୋଦିଙ୍କ ମନ୍ତବ୍ୟ ପରେ ବିଜେପି ସଭାପତି ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ସମେତ ଦଳର ବହୁ ବରିଷ୍ଠ ନେତା ତାଙ୍କ ସୋସିଆଲ ମିଡିଆ ଏକ୍ସରେ ‘ମୋଦିଙ୍କ ପରିବାର’ ଲେଖିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ବାରମ୍ୱାର ପରିବାରବାଦ ରାଜନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ଯାହାଦ୍ୱାରା ପରିବାରବାଦ ରାଜନୀତି କରୁଥିବା ବିରୋଧୀ ଦଳଙ୍କୁ ଅସୁବିଧା କରାଉଥିଲା। ପରିବାରବାଦ ରାଜନୀତିରେ ଦଳର ଚେହେରା ଅଲଗା ହୋଇପାରେ କିନ୍ତୁ ଚରିତ୍ର ସମାନ । ଦୁଇଟି ଜିନିଷ ନିଶ୍ଚିତ…ସେମାନଙ୍କ ଚରିତ୍ରରେ ମିଥ୍ୟା ଏବଂ ଦ୍ୱିତୀୟଟି ଲୁଟ୍ ଥାଏ ବୋଲି ମୋଦି କହିଥିଲେ।
ଏହାପୂର୍ବରୁ ଲାଲୁ ପ୍ରସାଦ ଯାଦବ କହିଥିଲେ,‘‘ ପ୍ରଧାନମନ୍ତ୍ରୀ ମୋଦିଙ୍କର ପରିବାର ନାହିଁ ତେବେ ମୁଁ କ’ଣ କରିପାରିବି?।’’
Comments are closed.