Latest Odisha News

BREAKING NEWS

ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଅର୍ଜୁନପାଣି ଜଙ୍ଗଲ

ନବରଙ୍ଗପୁର: ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ, ଜଳୁଛି ବଡ଼ ବଡ଼ ଗଛ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ଅର୍ଜୁନପାଣି ଜଙ୍ଗଲରେ ଦୁଇ ଦିନ ହେବ ନିଆଁ ଲାଗିରହିଛି। ଉକ୍ତ ଜଙ୍ଗଲଟି ଅର୍ଜୁନ ପାଣି ଯିବା ରାସ୍ତା କଡ଼ରେ ରହିଛି। ପ୍ରତିବର୍ଷ ଏହି ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ବନବିଭାଗ ସଚେତନ ହେଉନାହାଁନ୍ତି।

ଅନ୍ୟପଟେ ବନ ବଭାଗ ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଘଟଣାକୁ ନେଇ ରେଞ୍ଜର ଦେବସ୍ମିତା ସାହୁ କହିଛନ୍ତି ଜଙ୍ଗଲରେ ନିଆଁ ଲାଗିବା ଖବର ଆଜି ଅପରାହ୍ନରେ ପାଇବା ପରେ ଜଙ୍ଗଲକୁ ସ୍କ୍ୱାଡ ପଠାଯାଇଛି। ଅତିଶିଘ୍ର ନିଆଁ ଲିଭାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଓଡିଶାରେ ତାପମାତ୍ରା ବୃଦ୍ଧି ପାଇବା ପରେ ରାଜ୍ୟର ୯୦ରୁ ଅଧିକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖାଯାଇଛି। ଅନ୍ୟପଟେ ବନ ବିଭାଗ ଅଭିଯୋଗ କରିଛି ଯେ ସ୍ଥାନୀୟ ଲୋକେ ନିଜର ଫସଲ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବାରୁ ଏଭଳି ଘଟଣା ଘଟୁଛି।

Leave A Reply

Your email address will not be published.