Latest Odisha News

BREAKING NEWS

ରାଉରକେଲାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ସମ୍ମୁଖରୁ ମଙ୍ଗଳବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ କୁଆଁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବା ବେଳେ ଏଥିଲାଗି ୨ ଜଣ କର୍ମଚାରୀ ଏକ ଗାଡିରେ ଟଙ୍କାନେଇ ବ୍ଲକ୍ ଅଫିସ୍ ଅଭିମୁଖେ ଯାଉଥିଲେ । ଏହି ସମୟରେ ପ୍ରାୟ ୫ ଜଣ ଦୁର୍ବୃତ୍ତ ତାଙ୍କ ଗାଡିକୁ ଅଟକାଇବା ସହ ଫାଙ୍କା ଗୁଳି ଚଳାଇଥିଲେ । ପରେ ସେମାନଙ୍କ ନିକଟରେ ଥିବା ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ ।

ଏହି ଘଟଣାରେ ଦୁବୃର୍ତ୍ତମାନେ କର୍ମଚାରୀଙ୍କ ସହ ଉକ୍ତ ଗାଡିରେ ଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ ଠେଲାପେଲା କରିଥିଲେ ।

ତେବେ ଅପରାଧିଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.